ଟ୍ରାନ୍ସଫର୍ମରରେ ଲାଗି ଦନ୍ତା ମୃତ

ଖୋର୍ଦ୍ଧା ୧୧।୦୭ :   ବିପଦରେ ଗଜରାଜ । ବିଦ୍ୟୁତ  ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତାର ଜୀବନ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ବନଖଣ୍ଡ ଜଙ୍କିଆ ଗୋଳବାଇ ନିକଟରେ ।

ସୂଚନାନୁସାରେ, ଜଙ୍କିଆ ଗୋଳବାଇ ନିକଟରେ ଏକ ଟ୍ରାନ୍ସଫର୍ମର ରହିଛି । ରବିବାର ରାତିରେ ଏକ ଦନ୍ତା ଏହି ଟ୍ରାନ୍ସଫର୍ମରରେ ଲାଗି ପ୍ରାଣ ହରାଇଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ସବୁଠାରୁ ବଡ କଥା ହେଲା ଯେ, ଦନ୍ତାର ମୃତ୍ୟୁ ପରେ ଆଉ ଏକ ହାତୀ ମୃତଦେହକୁ ଜଗି ରହିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Spread the love