ପାକିସ୍ତାନୀଙ୍କୁ ଇମ୍ରାନ୍‌ ଖାନ୍‌ଙ୍କ ପେଟ୍ରୋଲ ଝଟକ୍‌ : ତେଲ ଲିଟର ୧୬୦

ମୁମ୍ବାଇ୧୬।୦୨: ପାକିସ୍ତାନ ତାର କିଛି ନା କିଛି କାରଣକୁ ନେଇ ଚର୍ଚ୍ଚା ରେ ଥାଏ । ଭାରତ ସହ ତାର ସବୁବେଳେ ବାଦ ବିବାଦ ଲାଗିଥାଏ। କରୋନା ସମୟରେ ବହୁତ କିଛି ସଙ୍କଟ ଦେଇ ଗତି କରିଛି ପାକ୍‌ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ସରକାର ମଙ୍ଗଳବାର ଦିନ ପେଟ୍ରୋଲିୟମ ଦର ବୃଦ୍ଧି କରିଛି ।  ୧୨.୦୩ ଟଙ୍କାକୁ ବୃଦ୍ଧି କରି ଜନସାଧାରଣଙ୍କ ଉପରେ ଏକ ପେଟ୍ରୋଲର ବୋମା ବର୍ଷା କରାଇଛି। ତେବେ ସରକାରଙ୍କ ବିଜ୍ଞପ୍ତି ସୂଚନା ଅନୁଯାୟୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୨.୦୩ ଟଙ୍କା ଏବଂ ହାଇ ସ୍ପିଡ ଡିଜେଲର ଲିଟର ପିଛା ୯.୫୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ନୂଆ ମୂଲ୍ୟ ମଙ୍ଗଳବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି । ଯାହା ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ।

ସେହିଭଳି କମ୍‌ ଗତି କରୁଥିବା ଡିଜେଲର ମୂଲ୍ୟ ଲିଟର ପିଛା ୯.୪୩ ଟଙ୍କା ବୃଦ୍ଧି ପାଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ କରାଯାଇଛି । ଏଥିସହିତ କିରୋସିନକୁ ଲିଟର ମଧ୍ୟ ୧୦ ଟଙ୍କା ୦୮ ପଇସାକୁ ବୃଦ୍ଧି କରାଯାଇଛି। ସେପଟେ ଅତ୍ୟାଧୁନିକ ବୃଦ୍ଧି ସହିତ ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪୭.୮୨ ରୁ ୧୫୯.୮୬ଟଙ୍କା ଏବଂ ହାଇ ସ୍ପିଡ ଡିଜେଲର ଲିଟର ୧୪୪.୬୨୨ ରୁ ୧୫୪.୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟ ଡିଜେଲ୍‌ଟି ୧୧୪.୫୪ ରୁ ୧୨୩.୯୭ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି କିରୋସିନକୁ ଲିଟର ପିଛା ୧୧୬.୪୮ ରୁ ୧୨୬.୫୬ ଟଙ୍କାକୁ ବୃଦ୍ଧି କରାଯାଇଛି।  ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲିୟମ ମୂଲ୍ୟ ବର୍ତ୍ତମାନ ଐତିହାସିକ ଶିଖରକୁ ପହଞ୍ଚିଛି।

Spread the love