୧ ଚାମଚ ହଳଦୀ ଖାଆନ୍ତୁ, ସ୍ୱାସ୍ଥ୍ୟ ପାଇଁ ମିଳିବ ଅଗଣିତ ଲାଭ

ହଳଦୀ ହେଉଛି ଏକ ମସଲା ଯାହାକୁ ଆପଣ ସମସ୍ତଙ୍କ ରୋଷେଇ ଘରେ ସହଜରେ ପାଇପାରିବେ । ହଳଦୀ କେବଳ ଖାଦ୍ୟରେ ରଙ୍ଗ ଏବଂ ସ୍ୱାଦ ଯୋଗାଏ ନାହିଁ ବରଂ ହଳଦୀ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇପାରେ । ଯଦି ଆପଣ ସକାଳେ ଖାଲି ପେଟରେ ଏକ ଚାମଚ ହଳଦୀ ଖାଆନ୍ତି, ତେବେ ଏହା ଓଜନ କମ୍‌ କରିବାରେ ଲାଭଦାୟକ ହୋଇଥାଏ । ତେବେ ହଳଦୀ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହା ବ୍ୟତୀତ, ପେଟ ସମ୍ବନ୍ଧୀୟ ଅନେକ ରୋଗରେ ହଳଦୀ ଫଳପ୍ରଦ ଭାବରେ କାମ କରେ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ସକାଳେ ହଳଦୀ ଖାଇବା ଉଚିତ ।

ସକାଳେ ହଳଦୀ କିପରି ଖାଇବେ?
ସକାଳେ ହଳଦୀ ଖାଇବା ହେଉଛି ସର୍ବୋତ୍ତମ ଉପାୟ । ତେବେ ଉଠିବା ମାତ୍ରେ ଖାଲି ପେଟରେ ୧ ଗ୍ଲାସ ପାଣିରେ ହଳଦୀ ମିଶାଇ ପିଅନ୍ତୁ । ଏଥିପାଇଁ ଯଦି ଆପଣ ଚାହିଁବେ ରାତିସାରେ ପାଣିରେ ଏକ ଚାମଚ ହଳଦୀ ପକାଇ ଏହାକୁ ଗରମ କରି ସକାଳେ ପିଇପାରିବେ । କିମ୍ବା ଯେତେବେଳେ ଆପଣ ସକାଳେ ପାଣି ପିଅନ୍ତି, ସେଥିରେ ୧ ଗ୍ଲାସ୍‌ ପାଣିରେ ୧ ଚାମଚ ହଳଦୀ ମିଶାନ୍ତୁ, ଏହାକୁ ଗରମ କରନ୍ତୁ ଏବଂ ଏହି ପାଣି ପିଅନ୍ତୁ । ଯଦି ଆପଣ ପାଣି ପିଇବା ସମୟରେ ମଲାସନ ସ୍ଥିତିରେ ବସନ୍ତି ତେବେ ଏହା ଆହୁରି ଭଲ । ହଳଦୀ ପାଣି ଧୀରେ ଧୀରେ ପିଇବା ଉଚିତ୍ । ଏହା ପରେ କିଛି ସମୟ ପାଇଁ ଅନ୍ୟ କିଛି ଖାଦ୍ୟ ଖାଆନ୍ତୁ ନାହିଁ ।

ଖାଲି ପେଟରେ ହଳଦୀ ଖାଇବାର ଲାଭ :
ଦୈନିକ ୧ ଚାମଚ ହଳଦୀ ଆପଣଙ୍କ ଓଜନ କମ୍‌ କରିବାରେ ସାହାଯ୍ୟ କରେ । ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତାହେଲେ ହଳଦୀ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ହଳଦୀ ପାଣି ପିଇବା ଆପଣଙ୍କ ହଜମ ଶକ୍ତିକୁ ଭଲ କରିଥାଏ ଏବଂ ପେଟକୁ ସଫା କରିଥାଏ । ତେବେ ହଳଦୀରେ କର୍କୁମିନ୍ ମିଳିଥାଏ ଯାହା ଶରୀରରେ ଫୁଲାକୁ କମ୍‌ କରିଥାଏ । ଏହା ସହ ହଳଦୀରେ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା ସ୍କିନ୍‌ ପାଇଁ ଭଲ ହୋଇଥାଏ । ଯେପରି ସ୍କିନ୍‌ର ଅନେକ ସମସ୍ୟା ଦୂର କରିଥାଏ । ଏହା ବ୍ୟତୀତ ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମିଳିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ହଳଦୀ ଖାଇବା ଶରୀରକୁ ଅନେକ ପ୍ରକାରର ଇନ୍‌ଫେକ୍ସନ୍‌ରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ହଳଦୀ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ବହୁତ ଆରାମ ମିଳିଥାଏ । ଏହା ଶରୀରକୁ ସୁସ୍ଥ ରଖେ । ସେଥିପାଇଁ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ୧ ଚାମଚ ହଳଦୀ ଖାଇବା ଉଚିତ । ଯାହା ଆପଣଙ୍କ ଶରୀରର ଅନେକ ସମସ୍ୟା ଦୂର କରିବ ।

Spread the love