କଟକରେ ଏନକାଉଣ୍ଟର, ଅପରାଧୀ ଗୁରୁତର

ପୁଣି ଚୈାଦ୍ୱାର ପୋଲିସର କଟକ ନରାଜ ଅଂଚଳରେ  ଏନକାଉଣ୍ଟର । ଏନକାଉଣ୍ଟରରେ ଅପରାଧୀ ବବ୍ଲୁ ପାୱାରର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବ୍ଲୁକୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।  ଆଜି ଭୋରୁ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମୁଖ୍ୟ ବବ୍ଲୁ ପାୱାର ଲୁଚି ରହିଥିବା ନରାଜ ଅଂଚଳରେ ଚଢାଉ କରିଥିଲା କଟକ ଚୈାଦ୍ୱାର ପୋଲିସ । ତେବେ ଏହି ସମୟରେ ପୋଲିସ ଉପରକୁ ଅପରାଧୀ ବବ୍ଲୁ ଗୁଳି ଚଳାଇଥିଲା । ଯାହାର ପାଲଟା ଜବାବ ଦେଇ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ଫଳରେ ପୋଲିସ ଗୁଳିରେ ବବ୍ଲୁ ଗୁରୁତର ହୋଇଛି । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବ୍ଲୁ ପାୱାରର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।  ବବ୍ଲୁ ନାଁରେ ଅନେକ ମାମଲା ରହିଛି । ଦୀର୍ଘଦିନରୁ ପୋଲିସ ବବ୍ଲୁ ଓ ତାର ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଥିଲା । ତେବେ ଗତକାଲି ବବ୍ଲୁର ୮ଜଣ ସହଯୋଗୀ ପୋଲିସ ହାତରେ ଗିରଫ ହୋଇଛନ୍ତି ।

Spread the love