ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ମାଲକାନଗିରି, ୧୬/୦୭ :  ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ସୂଚନାନୁସାରେ, ପେଦାପାଲ ଜଙ୍ଗଲରେ ମାଓବାଦୀଙ୍କ ଭଇରାମଗଡ଼ ଅଞ୍ଚଳ କମିଟିର ସଦସ୍ୟ ମାନେ ଏକ କ୍ୟାମ୍ପ କରି ରହିଥିବା ଖବର ମିଳିଥିଲା । ଏହାପରେ  ଡି.ଆର.ଜି ବାହିନୀର ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ମାଓବାଦୀମାନେ ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ଯବାନ ମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ।

ତେବେ କିଛି ସମୟର ଗୁଳି ବିନିମୟ ପରେ ମାଓବାଦୀ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଗୁଳି ବିନିମୟ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତଲାସୀ ବେଳେ ୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩ଟି ବନ୍ଧୁକ ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ମାନେ ହେଲେ ବିରଜୁ କାକେମ, କରୁ କାକେମ ଓ ଅଜୟ ଓୟାମି ।

Spread the love