୭ ଦିନର ମହଲତ ପରେ ଜବରଦଖଲ ଉଛେଦ କଲା ପୌର ପ୍ରଶାସନ

ରାୟଗଡା: ସରକାରୀ ଜମିରୁ ଜବର ଦଖଲ ଉଛେଦ କଲା ପୌର ପ୍ରଶାସନ। ରାୟଗଡା ପୌରାଂଚଳର ୧୫ ନମ୍ବର ୱାର୍ଡର ଅଶୋକ ସିନେମା ହଲ ନିକଟରେ ଥିବା ସରକାରୀ ଜମିରୁ ଜବର ଦଖଲ ଉଛେଦ କରାଯାଇଛି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ୪୫ ଡିସିମିଲି ସରକାରୀ ଜମିରେ ବେଆଇନ୍ ଭାବେ ଗଢି ଉଠିଥିବା ଉଠା ଦୋକାନୀଙ୍କୁ ସଂପୂର୍ଣ୍ଣ ଉଛେଦ କରିଛି ପୌର ପ୍ରଶାସନ।ଗତ ୧୬ ତାରିଖରେ ତିନୋଟି ଦୋକାନ ଉଛେଦ କରିବା ପରେ ବିନା ନୋଟିସରେ ଦୋକାନ ଉଛେଦକୁ ବିରୋଧ କରିଥିଲେ ବ୍ୟବସାୟୀ।
ଜାଗା ଖାଲି କରିବାକୁ ସେମାନଙ୍କୁ ଏକ ସପ୍ତାହ ସମୟ ଦେବାକୁ ପୌର ପ୍ରଶାସନକୁ ଅନୁରୋଧ କରିଥିଲେ ବ୍ୟବସାୟୀମାନେ। ଆଉ ଏଥିରେ ସହମତି ପ୍ରକାଶ କରି ଉଛେଦକୁ ବନ୍ଦ କରି ଫେରି ଯାଇଥିଲେ ପୌର ଅଧିକାରୀ। ସେଠାରେ ଦୀର୍ଘ ୪୫ ବର୍ଷ ଧରି ଛୋଟ ଛୋଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଏହି ସବୁ ଦୋକାନରେ କାମ କରୁଥିବା ପ୍ରାୟ ଶତାଧିକ ଲୋକଙ୍କ ପରିବାର ଏବେ କଣ କରିବେ ସେହି ଚିନ୍ତାରେ ଅଛନ୍ତି। ସେମାନଙ୍କୁ ପୌର ପ୍ରଶାସନ କେଉଁଠି ଥଇଥାନ ନକରି କିଭଳି ଉଛେଦ କରୁଛି ବୋଲି କିଛି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି। ଏବେ ଆମେ କୁଆଡ଼େ ଯିବୁ ବୋଲି ସେମାନେ ଦୁଃଖର ସହ କହିଛନ୍ତି ।ଉଛେଦ ବେଳେ ଆଇଇଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବା ଆଶଙ୍କାରେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା, ପୁଲିସ ଫୋର୍ସ ମୁତୟନ ଥିଲେ। ତେବେ ଉଚ୍ଛେଦ ବେଳେ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

Spread the love