କ୍ୟାପଟେନ କୁଲଙ୍କ ଯୁଗ ଶେଷ: ୨୦୦୮ରୁ ଥିଲେ ଚେନ୍ନାଇର ଅଧିନାୟକ

ସୁବବେଳେ ସରପ୍ରାଇଜ ଦେଇ ଚର୍ଚ୍ଚାରେ ରହୁଥିବା ମହେନ୍ଦ୍ର ସିଂ ଧୋନୀ ଏଥର ନିଜ କ୍ୟାରୟରକୁ ନେଇ ବଡ ଘୋଷଣା କରିଛନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ର ଅଧିନାୟକ ପଦ ଛାଡିଛନ୍ତି ଧୋନୀ ।

ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ଦଳ ଯୁବ ଅଲରାଉଣ୍ଡର ଗାଇକ୍ୱାଡଙ୍କୁ ଏହି ଦାୟୀତ୍ୱ ଦେଇଛି । ଧୋନୀ ଦଳ ଛାଡିବା ପୂର୍ବରୁ ଦଳର ନେତୃତ୍ୱ ମଜଭୁତ କରିବାକୁ ଚେନ୍ନାଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ ଧୋନୀ । ହେଲେ ଆଇପିଏଲ୍ ଖେଳିବା ଜାରି ରହିଥିଲେ ।

କିଛି ଦିନ ପୂର୍ବରୁ ଧୋନୀ ଘୋଷଣା କରିଥିଲେ ଯେ ଖୁବଶୀଘ୍ର ନୂଆ ଭୂମିକାରେ ଆସିବେ । ଆଉ ଧୋନୀଙ୍କ ଏହି ନୂଆ ଘୋଷଣା ପ୍ରସଂଶକଙ୍କୁ ଆଘାତ ଦେଇଛି । ଆଗାମୀ ସଂସ୍କରଣରେ ଧୋନିଙ୍କୁ ହୁଏତ ଆଇପିଏଲ୍ ଖେଳୁଥିବାର ଦେଖିବାକୁ ମିଳିନପାରେ ।

Spread the love