31 ରନରେ ଭାରତକୁ ହରାଇଲା ଇଂଲଣ୍ଡ

ଲଗାତାର ପାଞ୍ଚଟି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆର ବିଜୟରଥ ଅଟକିଛି। ରବିବାର ଟିମ୍ ଇଣ୍ଡିଆ ତା’ର ସପ୍ତମ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ ଭେଟିଥିଲା। ଏହି ମୁକାବିଲାରେ ଇଂଲଣ୍ଡ 31 ରନରେ ଟିମ୍ ଇଣ୍ଡିଆକୁ ହରାଇ ବିଜୟଧାରାକୁ ଫେରିଛି।

ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଛି। ଅପରପକ୍ଷରେ ଏହି ପରାଜୟ ପାକିସ୍ତାନ ଓ ବାଂଲଦେଶକୁ ନିରାଶ କରିଛି। କାରଣ ଭାରତ ମ୍ୟାଚ୍ ଜିତିଥିଲେ, ପାକିସ୍ତାନ ଓ ବାଂଲାଦେଶର ସେମିଫାଇନାଲ୍ ଆଶା ବଳବତ୍ତର ରହିଥାନ୍ତା। କିନ୍ତୁ ଏବେ ପାକିସ୍ତାନକୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

ଆଜି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ହରାଇ 338 ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ସର୍ବାଧିକ 111 (109 ବଲ୍, 10 ଚୌକା, 6 ଛକା) ରନ୍ କରିଥିଲେ। ଶେଷଭାଗରେ ଷ୍ଟୋକ୍ସ 54 ବଲରେ 6 ଚୌକା ଓ 3 ଛକା ସହ ଦ୍ରୁତ 79 ରନ୍ କରିଥିଲେ।

Spread the love