ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ, ଭାରତର ପ୍ଲେଇଂ XIରୁ ଅଶ୍ବିନୀ ଏବଂ ଇଶାନ୍ତ ଆଉଟ୍‌

ଲଣ୍ଡନ ୪/୦୮: ଭାରତ ଏବଂ ଇଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନଟିଂହାମ୍‌ର ଟ୍ରେଣ୍ଟ ବ୍ରିଜ୍‌ ମଇଦାନରେ ଖେଳାଯାଉଛି। ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପିତ୍ତି ନେଇଛି। ସେପଟେ ଭାରତର ପ୍ଲେଇଂ ଇଲେଭେନ୍‌​ରେ  ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଇଶାନ୍ତ ଶର୍ମା ଏବଂ ଆର ଅଶ୍ବିନୀଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ମିଳିନଥିବା ବେଳେ ସେମାନଙ୍କ ସ୍ଥାନ ନେଇଛନ୍ତି ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ଶିରାଜ।

ଭାରତର ପ୍ଲେଇଂ ଇଲେଭେନ୍‌- ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ଶାମୀ, ମହମ୍ମଦ ଶିରାଜ

ଅନ୍ୟପଟେ ଇଂଲଣ୍ଡ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପରାଜୟ ସ୍ବୀକାର କରିଥିଲା । ଟିମ୍‌ ଇଣ୍ଡିଆ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ହାରିଥିଲା । ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ସାଉଥମ୍ପଟନ୍‌ରେ ଆଇସିସି ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଟେଷ୍ଟ ସିରିଜ୍‌ ସହିତ ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନ୍‌ସିପ୍‌ର ଦ୍ବିତୀୟ ସିରଜନ୍‌ ଆରମ୍ଭ ହେବାକୁ ଯାଉଛି ।

Spread the love