ବଡ଼ ଖବର ଅଫିସରେ EOW ଟିମ୍

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗଣମାଧ୍ୟମ ସଂସ୍ଥା ବଡ ଖବର କାର୍ଯ୍ୟାଳୟରେ EOW ପହଁଚି ଚଢାଉ ଜାରି ରଖିଛି  । ଦିଲ୍ଲୀର ଏକ ସଂସ୍ଥାକୁ ୯୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା  । ଏହାପରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁ ହୋଇଥିଲା ଅଭିଯୋଗ  ।ପରବର୍ତ୍ତୀ ସମୟରେ EOWରେ ହାଜର ପାଇଁ ଅର୍ଦ୍ଧେନ୍ଦୁଙ୍କୁ ୨ଥର  ନୋଟିସ ହୋଇଥିଲା  । EOWରେ ହାଜର ନହେବାରୁ ଗତକାଲି ତାଙ୍କ ଘରେ ଚଢ଼ାଉ ହୋଇଥିଲା  । ପରେ ଆଜି ଟଙ୍କପାଣି ସ୍ଥିତ କାର୍ଯ୍ୟାଳୟରେ ପାଞ୍ଚ ଜଣିଆ ତଦନ୍ତକାରୀ ଟିମ୍ ପହଁଚି ଛାନଭିନ ଆରମ୍ଭ କରିଛନ୍ତି  । ଅଭିଯୋଗକାରୀ ଗଗନଦୀପ ସିଂ ମଧ୍ୟ ତଦନ୍ତକାରୀ ଟିମ୍ ସହ ଉପସ୍ଥିତ ରହିଥିବା ଜଣାପଡି଼ିଛି  ।

Spread the love