ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ନିକଟରେ ଭୂକମ୍ପ

ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ବନ୍ଦରଠାରୁ ଅଳ୍ପ ଦୂରତାରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୦ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି। କେହି ଜଣେ ହେଲେ ଜୀବନ ବଞ୍ଚାଇ ପାରି ନାହାନ୍ତି। ବିମାନଟି ଉଡାଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

ଅନ୍ୟପଟେ ବିମାନ ଦୁର୍ଘଟଣାର କିଛି ସମୟ ପରେ ଇରାନର ଦକ୍ଷିଣ-ପଶ୍ଚିମ ଅଂଚଳରେ ଥିବା ବୁସହରର ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା କଥା ସୂଚନା ମିଳୁଛି । ଭୂମିକମ୍ପର ତୀବ୍ରତା ୪.୯ ଥିଲା ବୋଲି କୁହାଯାଉଛି । ବୁସହରର ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ କୁଏତ ନିକଟରେ ଥିବାବେଳେ ଗତ ମାସ ଡିସେମ୍ବର ୨୬ ତାରିଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା |

୨୦୨୦ ମସିହାର ସର୍ବପ୍ରଥମ ବଡ଼ ବିମାନ ଦୁର୍ଘଟଣା ଘଟିଛି ଇରାନର ରାଜଧାନୀ ତେହେରାନରେ। ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ର ଗୋଟାଏ ବୋଇଙ୍ଗ୍‌ ୭୩୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଫାର୍‌ସ୍‌’ ଖବର ସରବରାହ ସଂସ୍ଥା ବୁଧବାର ଦିନ ଟୁଇଟ୍‌ କରିଛି। ୧୭୦ ଜଣ ଯାତ୍ରୀଙ୍କୁ ନେଇ ଇରାନ୍‌ର ଇମାମ୍‌ ଖୋମିନି ବିମାନ ବନ୍ଦରରୁ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି।

Spread the love