SBI ବ୍ୟାଙ୍କିଂ Yono ରେ ତ୍ରୁଟି

 

ଘଟଣାକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଥିଲା । Yonoର ଉପଭୋକ୍ତାମାନେ ନିଜ ଫୋନରେ କିଛି ଭୁଲ ବିଜ୍ଞପ୍ତିକୁ ଆପଣାଇଥିଲେ ।ପରେ ଯେତେବେଳେ ଶହ ଶହ ଏସବିଆଇ ୟୋନୋ ବ୍ୟବହାରକାରୀ ଟ୍ୱିଟରରେ ସେୟାର କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, Yono SBI ଆପ୍ ମୋତେ ଲୋନ୍‍ ମାସେଜ୍‍ ଦେଇ ସ୍ପାମ୍ କରୁଛି । ଦୟାକରି ଏହାକୁ ଦେଖନ୍ତୁ ଏହା ମୋର ନାମ ନୁହେଁ । ଏଠାରେ କିଛି ନିଶ୍ଚୟ ଭୁଲ କାମ କରାଯାଉଛି । ଖାଲି ଏତିକି ନୁହେଁ ଏହିପରି ଅନେକ ଏସବିଆଇ ଉପଭୋକ୍ତା ଏପରି ଅଭିଯୋଗ ଆଣିଥିଲେ । ଅଭିଯୋଗ ଆସିବା ପରେ SBI ତାର ବିବୃତି ରଖିଥିଲା । ଯାନ୍ତ୍ରିକ ତ୍ରୁଟି ହେତୁ କିଛି ଉପଭୋକ୍ତା ୟୋନୋ ଲାଇଟ୍ ପ୍ରୟୋଗରେ ଭୁଲ ବିଜ୍ଞପ୍ତି ଗ୍ରହଣ କରୁଛନ୍ତି। ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଆମେ କାର୍ଯ୍ୟ କରୁଛୁ ବୋଲି ଏସବିଆଇ କହିଥିଲା ।

 

Spread the love