ଭାଇଭଉଣୀଙ୍କ ମଧ୍ୟରେ ଭଲ ସଂପର୍କ ନଥିବା ଚର୍ଚ୍ଚା ମଧ୍ୟରେ ସନ୍ନିଙ୍କୁ ‘ଗଦର-୨’ ପାଇଁ ଶୁଭେଚ୍ଛା ଜଣାଇଲେ ଈଶା

ନୂଆଦିଲ୍ଲୀ: କରଣ ଦେଓଲଙ୍କ ବିବାହର ଅଂଶ ନହେବା କାରଣରୁ ଅଭିନେତ୍ରୀ ଈଶା ଦେଓଲ ଏବଂ ତାଙ୍କ ସାବତ ଭାଇ ସନ୍ନି ଦେଓଲଙ୍କ ମଧ୍ୟରେ ଦୂରତା ଥିବା ଚର୍ଚ୍ଚା ହୋଇ ଆସୁଛି। ଯଦିଓ ଈଶା ଦେଓଲ୍ ଅନେକ ସମୟରେ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଖବରକୁ ଖାରଜ କରିଛନ୍ତି, ତଥାପି ମଧ୍ୟ ଚର୍ଚ୍ଚା ଥମିନଥାଏ।କିନ୍ତୁ ଏଥର ତାଙ୍କ ଭାଇ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ର ପ୍ରମୋସନ କରି ଏକ ପୋଷ୍ଟ ଦେଇ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ଈଶା ଦେଓଲ। କେବଳ ଏତିକି ନୁହେଁ, ସନ୍ନି ଦେଓଲ ମଧ୍ୟ ଏହି ପୋଷ୍ଟ ଉପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାଇଭଉଣୀଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ସଭିଙ୍କ ମନକୁ ବେଶ୍‌ ଛୁଇଁଛି।

ପ୍ରଶଂସକମାନେ ଈଶାଙ୍କ ପୋଷ୍ଟ୍‌ରେ ଅନେକ ହାର୍ଟ ଏବଂ ହସ ଇମୋଜି ଦେଇ ତାଙ୍କୁ ପ୍ରଶଂସା କରିଛନ୍ତି। ଈଶା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଫିଲ୍ମର ଟ୍ରେଲରକୁ ସେୟାର କରିଛନ୍ତି। ଅଭିନେତ୍ରୀଙ୍କ ଏହି ଷ୍ଟୋରିରେ ପ୍ରତିକ୍ରିୟା ପ୍ରକାଶ କରି ସନ୍ନି ଦେଓଲ ତାଙ୍କ ଇନଷ୍ଟାଗ୍ରାମରେ ତାହାକୁ ସେୟାର୍‌ କରିଛନ୍ତି। ଯଦିଓ ଈଶା ଷ୍ଟୋରିରେ କିଛି ଲେଖିନାହାନ୍ତି, କିନ୍ତୁ ଏଥିରେ ସେ ଭାଇଙ୍କ ଫିଲ୍ମର ପ୍ରମୋସନ୍‌ କରିଥିବା ସ୍ପଷ୍ଟ ଜଣାପଡ଼ିଛି। ସେ ତାଙ୍କ ଷ୍ଟୋରିରେ ଫିଲ୍ମର ଟ୍ରେଲର୍‌ ଦେବା ସହ ଭାଇ ସନ୍ନି ଦେଓଲଙ୍କୁ ଟ୍ୟାଗ୍‌ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ସମୟରେ ହେମା ମାଳିନୀ, ତାଙ୍କ ଝିଅ ଈଶା ଦେଓଲ ଏବଂ ଅହାନା ଦେଓଲଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା ଖବର ଆସିଥିଲା। ସେତେବେଳେ ବି ଈଶା ସୋସିଆଲ ମିଡିଆ ଜରିଆରେ ନବ ବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

Spread the love