ESIC ହସ୍ପିଟାଲର ହେବ ଶୁଭ ଉଦଘାଟନ, ଯୋଗ ଦେବେ ଦୁଇ କେନ୍ଦ୍ର ମନ୍ତ୍ରୀ

ଅନୁଗୁଳ: ଆସନ୍ତାକାଲି ଅନୁଗୁଳ ବଳରାମପ୍ରସାଦ ସ୍ଥିତ ESIC ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମ। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଏବଂ ଉଦ୍ୟଗିକା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାଙ୍କ ସହିତ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି,ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ଭୁପିନ୍ଦର ଯାଦବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଶ୍ରମ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରାମେଶ୍ୱର ଟାଲି ଏବଂ ରାଜ୍ୟ ଶ୍ରମ ଏବଂ ESI ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ।

ଏହି ହସ୍ପିଟାଲ ସ୍ଥାପନା ହେବାରୁ ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଉନ୍ନତ ସ୍ଵାସ୍ଥ୍ୟ ମିଳି ପାରିବ। ଦିନ ୧୧ ଟାରେ ଏହି ESIC ହସ୍ପିଟାଲର ଶୁଭ ଉଦଘାଟନ ହେବ। ଏହାପରେ ପରେ ଏକ ଗରିବ କଲ୍ୟାଣ ଯୋଜନା ସମ୍ପର୍କିତ ଏକ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ହସ୍ପିଟାଲ ନିର୍ମାଣ ପାଇଁ ୬୫ କୋଟି ଟଙ୍କା ବ୍ୟୟ କରାଯାଇଛି।

Spread the love