କେବଳ ଝିଅ କାହିଁକି ପୁଅମାନେ ମଧ୍ଯ ନିଜ ତ୍ବଚାକୁ ଚମକାଇ ପାରିବେ, ପଢନ୍ତୁ…

ଆଜିକାଲି କେବଳ ଝିଅମାନେ ନୁହେଁ ବରଂ ପୁଅମାନେ ମଧ୍ଯ ନିଜର ତ୍ବଚା ପାଇଁ ବିଶେଷ ଧ୍ଯାନ ଦେବାରେ ଲାଗିଛନ୍ତି। ମାର୍କେଟରେ ପୁଅ ମାନଙ୍କ ତ୍ବଚା ପାଇଁ ବିଭିନ୍ନ ପ୍ରଡକ୍ଟ ମିଳୁଥିବାବେଳେ, କଣ ଆପଣ ଜାଣିଛନ୍ତି ଆପଣଙ୍କ ନିତିଦିନିଆ ରୁଟିନରେ କିଛି ଜିନିଷ ବ୍ଯବହାର କରି ଆପଣ ମଧ୍ଯ ଆପଣଙ୍କ ତ୍ବଚାରେ ଚମକ ଆଣିପାରିବେ ।

ପୁଅମାନେ ମଧ୍ଯ ନିଜ ତ୍ବଚାର ଯତ୍ନ ନେଇପାରିବେ :

-ପୁଅ ହେଉ ଅବା ଝିଅ ସମସ୍ତଙ୍କୁ ସକାଳୁ ଉଠିବା ପରେ ନିଜର ମୁହଁ ଧୋଇବା ନିହାତି ଦରକାର । କାହିଁକିନା ରାତିସାରା ଶୋଇବା ଫଳରେ ଆପଣଙ୍କ ତ୍ବଚା ତେଲିଆ ହୋଇଯାଇଥାଏ । ଯାହାଫଳରେ ଆପଣଙ୍କ ପକ୍ଷେ ଭଲ ହେବ ଯେ ଆପଣ ନିଜର ତ୍ବଚାକୁ ଫେସ୍ କ୍ଳିନଜର ଦ୍ବାରା ସଫାକରନ୍ତୁ ।

-ଯଦି ଆପଣଙ୍କ ତ୍ବଚାରେ ବ୍ରଣ ହୋଇଥାଏ, ତେବେ ବହୁତ ଧ୍ଯାନ ସହକାରେ ରେଜରର ବ୍ଯବହାର କରନ୍ତୁ । କାରଣ ତରବରିଆ ହେଲେ ବ୍ରଣରେ ବ୍ଯାକ୍ଟେରିଆ ହେବାର ଆଶଙ୍କା ଥାଏ । ସେବିଙ୍ଗ କରିବା ସମୟରେ କ୍ରିମ୍ ଏବଂ ସେବିଙ୍ଗ ଜେଲ୍ ନିହାତି ବ୍ଯବହାର କରିବା ଜରୁରୀ । ଏହା ଛଡା ସେବିଙ୍ଗ କରିବା ପରେ କୌଣସି ଭଲ ଲୋସନ୍ ବ୍ଯବହାର କରିବା ଜରୁରୀ।

-ଯଦି ତ୍ବଚାକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ଏକ୍ସଫୋଲିଏସନ୍ ବହୁତ ଜରୁରୀ ହୋଇଥାଏ । କାହିଁକିନା ଯେତେବେଳ ପର୍ଯ୍ଯନ୍ତ ଆପଣଙ୍କ ତ୍ବଚାରୁ ନିୟମିତ ଭାବେ ଡେଡ୍ ସ୍କିନକୁ ନହଟାଇବେ ସେତେବେଳ ପର୍ଯ୍ଯନ୍ତ କିଛି ବି କରନ୍ତୁ ନିଜ ତ୍ବଚା ପାଇଁ ତାହା ଫଳପ୍ରଦ ହୋଇନଥାଏ । ତେଣୁ ଆପଣ ସପ୍ତାହକୁ ନିଶ୍ଚିତ ଭାବେ ଥରେ ସ୍କ୍ରବ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଥିବା ସମସ୍ତ ମଳି ଧୂଳି ଭାହାରିବା ସହିତ ତ୍ବଚାରେ ଚମକ ଆସିଥାଏ । ସ୍କ୍ରବ କରିବା ପରେ ନିଜ ତ୍ବଚାରେ ମାକ୍ସ ଲଗାକି ହାଇଡ୍ରେଟ୍ ନିହାତୀଭାବେ କରନ୍ତୁ ।

-ତ୍ବଚା ସଫା ହେବା ପରେ ତାହାକୁ ହାଇଡ୍ରେଟ୍ କରିବା ଆବଶ୍ଯକ । ଏଥିପାଇଁ ଆପଣ କୌଣସି ଭଲ ମଇଶ୍ଚରାଇଜର ବ୍ଯବହାର କରିପାରିବେ । ଜେଲ୍ ମଇଶ୍ଚରାଇଜର ଲଗାଇବା ବହୁତ ଫାଇଦା ହୋଇଥାଏ । କାରଣ ଏହା ତ୍ବଚାରେ ଚିପ୍ ଚିପ୍ ହୋଇନଥାଏ । ଯଦି ଏସପିଏଫ୍ ମଇଶ୍ଚରାଇଜର ବ୍ଯବହାର କରିବେ, ତେବେ ଆହୁତ ଅଧିକ ଲାଭଦାୟକ ହେବ ।

– ନିଜ ତ୍ବଚାକୁ ଚମକାବା ପାଇଁ ଯେତେ ପାଣି ପିଇପାରିବେ ତାହା ଲାଭଦାୟକ ହେବ । ପୁରା ଦିନରେ ଅତି କମ୍ ରେ ୪ରୁ ୫ ଲିଟର ପାଣି ନିହାତୀ ପିଇବା ଦରକାର । ଏହା ଭିତରୁ ଆପଣଙ୍କ ତ୍ବଚାକୁ ସଫା କରିଥାଏ ।

Spread the love