ରାଜଧାନୀରେ କଙ୍ଗାରୁ କୋର୍ଟ, ମୋବାଇଲ ଲୁଟେରାକୁ ଉଲଗ୍ନ କରି ପିଟିଲେ ଉତ୍ତ୍ୟକ୍ତ ଲୋକ

ରାଜଧାନୀ ପଳାଶୁଣି ହାଟରେ ଝାଡ଼ଖଣ୍ଡର ଜଣେ ଯୁବକଙ୍କୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ଼ ନେଇ ମାମଲା ରୁଜୁ । ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମାଡ଼ ମାରିଥିବା ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମାଡ଼ମରା ବେଳର ଭାଇରାଲ ଭିଡିଓ ଓ ଘଟଣାସ୍ଥଳ ନିକଟସ୍ଥ ସିସିଟିଭି ଫୁଟେଜ ଆଧାରରେ ତନାଘନା ତଦନ୍ତ ଜାରି ରହିଛି । ଏଥିରେ ସଂପୃକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଗତକାଲି ରାତିରେ ପଳାଶୁଣି ହାଟରେ ମୋବାଇଲ ଚୋରି ଅଭିଯୋଗ ଝାଡ଼ଖଣ୍ଡର ଜଣେ ଯୁବକକୁ ଉଲଗ୍ନ କରି ଖୁଣ୍ଟରେ ବାନ୍ଧି ନିର୍ଘାତ ପିଟିଥିଲେ ଉତ୍ତ୍ୟକ୍ତ ଲୋକେ। ପଳାଶୁଣି ହାଟର ଘଟିଥବା ଅମାନବୀୟ କାଣ୍ଡ ରାଜଧାନୀର ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ଉଠିଛି । ଘଟଣାର ଭିଡିଓ ଭାଇରାଲ ହୋଇଛି । ମଞ୍ଚେଶ୍ୱର ଥାନା ପୋଲିସ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ହେଲେ ସଂପୃକ୍ତ ଯୁବକଙ୍କ ନାଁରେ ଥାନାରେ ଚୋରି ନେଇ ଅଭିଯୋଗ ହୋଇନାହିଁ । ସେହିପରି ନିସ୍ତୁକ ମାଡ଼ ନେଇ ଯୁବକଙ୍କ ପକ୍ଷରୁ ମଧ୍ୟ କୌଣସି ଅଭିଯୋଗ କରାଯାଇନାହିଁ । ତେବେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି ।

Spread the love