ସେସୁ ପକ୍ଷରୁ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇର ପ୍ରତିବାଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ୭।୭: ଢେଙ୍କାନାଳରେ ବିଦ୍ୟୁତ ସରବରାହ କାର୍ଯ୍ୟକୁ ସେସୁ ପକ୍ଷରୁ ପ୍ରଥମେ ଏନଜେନ କମ୍ପାନୀ ଆଉ ଏବେ ଟାଟା  କମ୍ପାନୀକୁ ଠିକାଭାବେ ଦିଆଯାଇଛି । ମାତ୍ର ସେସୁ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିବା ୭୫୦ଜଣ କର୍ମଚାରୀଙ୍କ କଥା କେହି ଶୁଣୁନାହାନ୍ତି । ଏପରିକି ସେସୁ ପକ୍ଷରୁ ଠିକା ସଂସ୍ଥା ହାତରେ ବିଦ୍ୟୁତ ସରବରାହ କାର୍ଯ୍ୟକୁ ଟେକି ଦେବା ପରେ ଏହି ଠିକ ସଂସ୍ଥାମାନେ  କେତେକ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିଦେଇଛନ୍ତି । ଆଉ କେତେକଙ୍କୁ ଟାଟା ପାୱାର ପକ୍ଷରୁ ଛଟେଇ କରିଦେବାକୁ ବସିଛନ୍ତି । ଫଳରେ ଏହି ଅସ୍ଥାୟୀ କର୍ମଚାରୀ ମାନେ ଟାଟା ପାୱାର ସେଣ୍ଟ୍ରାଲ କର୍ପୋରେସନ ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ବା ଟିପିସିଓଡିଏଲର ଢେଙ୍କାନାଳ ଜିଲ୍ଲା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିବା ସହ ଛଟେଇ  କର୍ମଚାରୀମାନଙ୍କୁ ତୁରନ୍ତ ନିଯୁକ୍ତି ପାଇଁ ଦାବି କରିଥିଲେ । ଫଳରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ଏ ସମ୍ପର୍କରେ ଏକ ଦାବି ପତ୍ର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ।

Spread the love