ଜନମତ ସର୍ଭେ 2019: ଲୋକସଭାରେ ବିଜେପି ଆଗରେ

ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ  ତଥା ଶେଷ ପର୍ଯ୍ୟାୟ ମତଦାନ ରବିବାର ସନ୍ଧ୍ୟାରେ ସଂପନ୍ନ  ହେବା ପରେ ଏଗଜିଟ୍ ପୋଲର ଅନୁମାନ ବିଜେପି ପାଇଁ ସୁସମ୍ବାଦ ନେଇକି ଆସିଛି। ପ୍ରାୟତଃ ସବୁ ଏଗଜିଟ୍ ପୋଲରେ ପୁଣି ଥରେ ଏନଡିଏ ସରକାର ଗଠନ କରୁଥିବା ସଙ୍କେତ ମିଳିଛି। ସେ ଟାଇମ୍ସ ନାଓ ଭିଏମଆର ହେଉକି ରିପବ୍ଲିକ ସି ଭୋଟର, ନ୍ୟୁଜ୍ ନେସନ ସବୁଥିରେ ଏନଡିଏକୁ ବହୁମତ ମିଳୁଥିବା ଅନୁମାନ କରାଯାଇଛି। ପୁଣି ଥରେ ମୋଦୀଙ୍କ ନେତୃତ୍ଵରେ ଏନଡିଏ ପୁର୍ନବାର ସରକାରକୁ ଫେରୁଥିବା ଦେଖିବାକୁ ମିଳିଛି। ପୁଣି ଥରେ ମୋଦୀ ଲହର ଆଗରେ ବିରୋଧୀ ଧରାଶାୟୀ ହେଉଥିବା ଏଗଜିଟ୍ ପୋଲରୁ ସଙ୍କେତ ମିଳିଛି।

ବିଭିନ୍ନ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ଏଗଜିଟ୍ ପୋଲର ପରିଣାମ( 542 ଆସନ, ବହୁମତ ସଂଖ୍ୟା 272)-

ଟାଇମ୍ସ ନାଓ

ଏନଡିଏ- 306

ୟୁପିଏ-  132

ଅନ୍ୟ- 104

ସି ଭୋଟର

ଏନଡିଏ- 287

ୟୁପିଏ- 128

ମହାମେଣ୍ଟ- 40

ଅନ୍ୟ- 87

ଜନକି ବାତ

ଏନଡିଏ- 305

ୟୁପିଏ- 124

ମହାମେଣ୍ଟ- 26

ଅନ୍ୟ- 87

ରିପବ୍ଲିକ ସି ଭୋଟର

ଏନଡିଏ- 287

ୟୁପିଏ- 128

ଅନ୍ୟ- 116

ନ୍ୟୁଜ୍ ନେସନ

ଏନଡିଏ- 281 ରୁ 290

ୟୁପିଏ- 118 ରୁ 126

ଅନ୍ୟ- 130 ରୁ 138

ଏନଡିଟିଭି

ଏନଡିଏ- 300

ୟୁପିଏ- 126

ଅନ୍ୟ- 116

Spread the love