ବିଳମ୍ବରେ ହେବ ପିଜି ଓ ୟୁଜି ପରୀକ୍ଷା

ଭୁବନେଶ୍ୱର, ୭/୧୨: କରୋନା ମହାମାରୀ ଯୋଗୁଁ ଶିକ୍ଷାକ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ତେଣୁ ଏବେ ୟୁଜି ପିଜି ପରୀକ୍ଷା ହେବନି। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ଲେଖିଥିବା ଚିଠିରେ ଉଲ୍ଲେଖ ଅଛି ଯେ, କୋରୋନା ମହାମାରୀ ଯୋଗୁ ପାଠପଢା ପ୍ରଭାବିତ ହୋଇଛି। ଶିକ୍ଷାଦାନ ଅନଲାଇନରେ ଚାଲିଛି। ଅନଲାଇନ ଶିକ୍ଷା ଆଧାରରେ ବର୍ତ୍ତମାନ ପରୀକ୍ଷା ସମ୍ଭବ ନୁହେଁ। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି କୁହାଯାଇଛି।

Spread the love