ବାଲିଯାତ୍ରାକୁ ଆଉ ଅଧିକ ଦିନ ବୃଦ୍ଧି କରିବା ଖବର ଏକ ଗୁଜବ, ଏନେଇ ନିଆଯାଇ ନାହିଁ କୌଣସି ନିଷ୍ପତ୍ତି: ସିଏମସି କମିଶନର

ବଢିବ କି ବାଲିଯାତ୍ରା। ବାଲିଯାତ୍ରାକୁ ଆଉ ଅଧିକ ଦିନ ବୃଦ୍ଧି କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା କେବଳ ଏକ ଗୁଜବ। କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ଏ ନେଇ ଏକ ବୈଠକ କରିବ। ବୈଠକରେ ଅନ୍ତିମ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ। ସିଏମସି ତାର ମତାମତ ରଖିବ। ବିଭିନ୍ନ ଦିଗ ଉପରେ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ସୂଚନା।

ଏପଟେ, ଜମୁଛି କଟକରେ ବାଲିଯାତ୍ରା । ସନ୍ଧ୍ୟା ହେଲେ ଲୋକଙ୍କ ଖଚାଖଚ୍‌ ଭିଡ଼ । ବିଭିନ୍ନ ସାମଗ୍ରୀ କିଣାକିଣି ସହ ସୁଆଦିଆ ଖାଦ୍ୟର ମଜା ନେଉଛନ୍ତି ଲୋକ । ବାଲିଯାତ୍ରାକୁ ସବୁ ବର୍ଗର ଲୋକ ବେଶ ଉପଭୋଗ କରୁଛନ୍ତି । ପ୍ରତ୍ୟେକ ଦୋକନରେ ପ୍ରବଳ ଭିଡ ଜମୁଛି । ଲୋକ ନିଜ ମନ ପସନ୍ଦର ସାମଗ୍ରୀ କିଣି ଘରକୁ ନେଉଛନ୍ତି । ଗତକାଲି ରବିବାର ଥିବାରୁ ଜନସମୁଦ୍ର ପାଲଟିଥିଲା ବାଲିଯାତ୍ରା ପଡ଼ିଆ ।

Spread the love