ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ଆପଣାନ୍ତୁ ଏହି ଉପାୟ

ଘରେ ହେଉ ଅଥବା କାର୍ଯ୍ୟାଳୟରେ ଲ୍ୟାପଟପ୍‍ ଏବଂ ମୋବାଇଲରେ ଅଧିକ ସମୟ କାମ କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପକାଇଥାଏ। ଫଳରେ ଆଖି ତଳର କଳାଦାଗ, ଆଖିର କୁଞ୍ଚନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଆଖିତଳର କଳାଦାଗ,କୁଞ୍ଚନ ଓ ଥକ୍କାପଣ ଦୂର ହୋଇ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ଜାଣନ୍ତୁ..

ଏକ ତୁଳାରେ ଗୋଲାପ ଜଳ ଭିଜାଇ ଆଖି ତଳେ ରଖନ୍ତୁ। ନିୟମିତ ଏପରି କରିବା ଦ୍ୱାରା ଆଖିତଳର କଳାଦାଗ ଦୂର ହୋଇଥାଏ।

ଏଲୋବେରା ଜେଲ୍‍ରେ ଲେମ୍ବୁ ରସ ମିଶାଇ ଆଖି ତଳେ ଲଗାଇ ହାଲକା ମାଲିସ୍‍ କରନ୍ତୁ। ଏହାଦ୍ୱାରା କଳାଦାଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହେବ।

କଫି ପାଉଡରରେ ଅଳ୍ପ ନଡିଆ ତେଲ ମିଶାଇ କିମ୍ବା ମହୁ ମିଶାଇ ଆଖି ତଳେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।

ଏକ ଚାମଚ ହଳଦୀ ଗୁଣ୍ଡରେ ଏକ ଚାମଚ ଦହି, ଅଳ୍ପ ଲେମ୍ବୁ ରସ ମିଶାନ୍ତୁ।ଏହାକୁ ୨୦ ମିନିଟ୍‍ ରଖି ଧୋଇ ଦିଅନ୍ତୁ।

ଏଲୋବେରା ଜେଲ୍‍ରେ ଅଳ୍ପ ଅଲିଭ ଅଏଲ ମିଶାଇ ଏହାକୁ ରାତି ଯାକ ଆଖିରେ ଲଗାଇ ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ। ଏହା ଆଖି ପାଇଁ ଖୁବ ଉପକାରୀ।

ଅଳ୍ପ କିଛି କ୍ଷୀରରେ କିଛି ଗୋଲାପ ପାଖୁଡା ପକାଇ ଫ୍ରିଜରେ ୩ ରୁ ୪ ଘଣ୍ଟା ରଖନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଆଖି ତଳେ ଲଗାଇ ସକାଳେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆଖି ଖୁବ ସୁନ୍ଦର ହେବା ସହ ଥକ୍କାପଣ ଦୂର ହୋଇଥାଏ।

ଆଳୁ ରସରେ ପୁଦିନାପତ୍ର ରସ ମିଶାଇ କିଛି ସମୟ ଫ୍ରିଜରେ ରଖିବା ପରେ ଆଖି ତଳେ ଲଗାଇ ୨୫ ମିନିଟ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ।

Spread the love