ବର୍ଷାଦିନେ ତ୍ୱଚା ଖରାପ ହେଉଥିବାରୁ ଚିନ୍ତିତ କି ? ଆପଣାନ୍ତୁ ଘରୋଇ ଉପାୟ

ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ। କାରଣ ଭିନ୍ନ ଭିନ୍ନ ଟାଇପ୍‌ ସ୍କିନ୍‌ ପାଇଁ ଭିନ୍ନ ଭିନ୍ନ ଉପଚାର ରହିଛି । ଆଜି ଆମେ ଆପଣଙ୍କ ବର୍ଷାଦିନେ କଳା ପଡ଼ିଥିବା ତ୍ୱଚାର କେମିତି ଯତ୍ନ ନେବେ ସେ ବିଷୟରେ କହିବୁ। ତ୍ୱଚାର ସବୁ ସମସ୍ୟାରେ ଫେସପ୍ୟାକ ବହୁତ ସାହାଯ୍ୟ କରିଥାଏ । ସବୁପ୍ରକାର ତ୍ୱଚା ପାଇଁ ଭିନ୍ନ-ଭିନ୍ନ ପ୍ରକାର ଫ୍ୟାସପ୍ୟାକ୍‌ର ଆବଶ୍ୟକତା ରହିଛି । ଆସନ୍ତୁ ଆଜି କିଛି ଘରୋଇ ଟିପ୍ସ ବିଷୟରେ ଜାଣିବା ଯାହାକୁ ବ୍ୟବହାର କରି ଆପଣ କଳା ପଡ଼ିଥିବା ତ୍ୱଚାରେ ପୂର୍ବ ଚମକ ଆଣି ପାରିବେ।

ଅମୃତଭଣ୍ଡା ଏବଂ ମହୁପେଷ୍ଟ

ଗୋଟେ କପ୍‌ ପାଚିଲା ଅମୃତଭଣ୍ଡା ନେଇ ପେଷ୍ଟ ତିଆରି କରନ୍ତୁ। ସେଥିରେ କିଛି ମହୁ ମିଶାଇ ଚେହେରାରେ ହେଉ ବା କଳା ପଡ଼ିଥିବା ହାତ ଗୋଡ଼ରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ପୁଣି ଥରେ ଥଣ୍ଡା ପାଣିରେ ଚେହେରା ସଫା କରି ଧୋଇ ଦିଅନ୍ତୁ। ଏହା କଲେ ଆପଣଙ୍କ ତ୍ୱଚା ନିଶ୍ଚୟ ପୂର୍ବ ଅପେକ୍ଷା ଉଜ୍ୱଳ ଦିଶିବ।

ଶୁଖିଲା କମଳା ଚୋପା ଏବଂ ଦହି

କମଳା ଖାଇ ସାରିବା ପରେ ଚୋପାକୁ ନ ଫୋପାଡ଼ି ତାକୁ ଶୁଖାଇ ଦିଅନ୍ତୁ। ଏହାକୁ ଏବେ ଗୁଣ୍ଡ କରି ସେଥିରେ ଦହି ମିଶାଇ ତ୍ୱଚାରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ତ୍ୱଚାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ବେସନ ଏବଂ ଗୋଲାପ ଜଳ

ବେସନ ଏବଂ ଗୋଲାପ ଜଳ ନେଇ ଏକ ପେଷ୍ଟ ତିଆରି କରନ୍ତୁ। ଆପଣଙ୍କ ତ୍ୱଚା ଯଦି ଶୁଷ୍କ ଅଛି ତାହାଲେ ସେଥିରେ ଗୋଲାପ ଜଳ ବଦଳରେ ଦହି ନେଇ ପାରିବେ। ଏହି ପେଷ୍ଟକୁ ତ୍ୱଚା ଏବଂ କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। ଏବଂ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

ଆଳୁ

ଗୋଟେ ଆଳୁ ନେଇ ପତଳା ପତଳା କରି କାଟି ଦିଅନ୍ତୁ। ଏହାକୁ ଏବେ ତ୍ୱଚାରେ ଲଗାଇ ୧୫ରୁ ୨୦ ମିନିଟ୍‌ ଯାଏ ରଖନ୍ତୁ। ଏହା ପରେ ସଫା ପାଣିରେ ଧୋଇ ଦିଅନ୍ତୁ।

ଚାଉଳ ଚୂନା ଏବଂ କ୍ଷୀର

୩ରୁ ୪ ଚାମଚ ଚାଉଳ ଚୂନା ନେଇ ସେଥିରେ କ୍ଷୀର ମିଶାଇ ପେଷ୍ଟ କରନ୍ତୁ। ଏହାକୁ ଏବେ ମୁହଁରେ ଲଗାଇ ୨୦ରୁ ୩୦ ମିନିଟ୍‌ ଯାଏ ରଖନ୍ତୁ। ଏହା ପରେ ଉଷୁମ ପାଣିରେ ତ୍ୱଚା ଧୋଇ ଦିଅନ୍ତୁ।

Spread the love