କେଶର ଏବଂ ଅମୁଲ କରିବ ତ୍ୱଚାର ଯତ୍ନ

 ମୁଲତାନୀ ମାଟି  ବିଶେଷ କରି ତେଲିଆ ତ୍ୱଚାମାନଙ୍କ ପାଇଁ ଖୁବ ଉପକାରୀ। ସମାନ ମାତ୍ରାରେ ମୁଲତାନୀ ମାଟି ଓ ଅମୁଲରେ ପାଣି, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଲଗାଇ ମୁହଁରେ କିଛି ସମୟ ରଖି ପାଣିରେ ଧୋଇ ଦିଅନ୍ତୁ।
ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି ଆପଣଙ୍କର ମୁହଁର ଚମକ କମି ଯାଇଛି ତେବେ ୧ ଚାମଚ ଅମୁଲରେ , ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ।
ମୁହଁରେ ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ଏହି ପେଷ୍ଟକୁ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚତ୍ମକାର ଅନୁଭବ କରିବେ।
କେଶରରେ ଅମୁଲ ଓ କେଶର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇଲେ ଆପଣ ନିଜେ ଏହାର ଚତ୍ମକାରିତା ଅନୁଭବ କରିପାରିବେ।

Spread the love