ମୁହାଁମୁହିଁ ପାକିସ୍ତାନର ପୂର୍ବତନ ଓ ବର୍ତ୍ତମାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ସରିଫ  ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଇସଲାମବାଦରେ ଏକ ରାଜା ଇଫତାର ପାର୍ଟିରେ  ମୁହାଁମୁହିଁ ହୋଇଛନ୍ତି।  ଶହବାଜ ସରିଫ ଇମ୍ରାନ୍ ଖାନଙ୍କୁ ଅସଲ ଚୋର ବୋଲି କହିଛନ୍ତି। ଇମ୍ରାନ ୧୪କୋଟି ଟଙ୍କାର ସରକାରୀ ସମ୍ପତ୍ତି ବିକି ଦେଇଛନ୍ତି ଏବଂ ସରକାରଙ୍କ ପାଖରେ ଏହାର ପ୍ରମାଣ ରହିଛି। ଏସବୁ ସାମଗ୍ରୀ ଭିତରେ ରହିଛି ହୀରା ଅଳଙ୍କାର ଏବଂ ଦାମି ଘଣ୍ଟା। ସେପଟେ କିନ୍ତୁ ଇମ୍ରାନ୍ ସବୁବେଳେ ଶହବାଜଙ୍କ ସହ ହାତ ମିଳାଇବାକୁ ପସନ୍ଦ କରନ୍ତି ନାହିଁ ଏବଂ ସରିଫ ପରିବାରକୁ ଚୋର,ଡାକୁ ଏବଂ ଲୁଟେରା କହି ଆସୁଛନ୍ତି । ସରିଫ ପରିବାର ଆମେରିକା ଏବଂ ଲଣ୍ଡନରେ କୋଟି କୋଟି ଟଙ୍କାର ଡଲାର ଜମା କରିଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ ।

 

Spread the love