ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ଜାମ୍ମୁକାଶ୍ମୀର: ବାରାମୂଳର ପେରିସବାତୀରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଆଜି ଭୋର୍‌ରୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ୩ ଯବାନଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏନେଇ ବଡ଼ଗାମ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି । ସୁରକ୍ଷାକର୍ମୀ ଓ ପୁଲିସ ମିଳିତରେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଉଛି ।ଗତ ଶନିବାର ମଧ୍ୟ ଅନନ୍ତନାଗ​ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ମଧ୍ୟ ହୋଇଥିଲେ ।  ସେହିପରି ଗତ ଗୁରବାର ମଧ୍ୟ ସୋପିୟାନରେ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗଳିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

Spread the love