ପୁଅ ନିଖୋଜ ନେଇ ମହିଳାଙ୍କ ଏତଲା ରଖିଲାନି ପୋଲିସ, ଫେସବୁକ୍ ଲାଇଭ୍‌ରେ ଆତ୍ମହତ୍ୟା କଲେ ମା’

ବାନ୍ଦା ୧୧/୭: ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ସୁଧା ନାମକ ଜଣେ ମହିଳା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ମଡେଲ୍‌ ଏବଂ ମିସ୍‌ ଇଣ୍ଡିଆ ତାସ୍‌ ପ୍ରିନ୍ସେସ୍‌ ବିଜେତା ରିୟା ରାକଓ୍ବାରଙ୍କ ମା’ ବୋଲି କୁହାଯାଉଛି। ପୋଲିସ ମହିଳାଙ୍କ ଅଭିଯୋଗ ଶୁଣୁନଥିଲା ବୋଲି ପରିଜନ ଅଭିଯୋଗ କରିଛନ୍ତି ।

ସେପଟେ ପୋଲିସ କହିଛି ମହିଳା ଜଣଙ୍କ ଏକ ଘରୋଇ ବ୍ୟାଙ୍କ ଚଳାଉଥିଲେ। ସେଥିରେ କିଛି ଦୁର୍ନୀତି ହୋଇଥିଲା। ସେହି ମାମଲାରେ ତାଙ୍କୁ କୋତବଲୀ ଡକାଇ ପୋଲିସ ପଚରା ଉଚରା କରିଥିଲା । ମହିଳା ଘରକୁ ଫେରିବା ପରେ ସନ୍ଧ୍ୟା ୫ରେ ଫେସବୁକ୍‌ ଲାଇଭ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମାଙ୍କ ଆତ୍ମହତ୍ୟା ପରେ କାନ୍ଦି କାନ୍ଦି ଦୁଇ ଝିଅଙ୍କ ଅବସ୍ଥା ବେହାଲ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ତାଙ୍କ ପୁଅ କିଛି ଦିନ ହେବ ନିଖୋଜ ଅଛନ୍ତି। ଏନେଇ ସୁଧା ଥାନାକୁ ଏତଲା ଦେବାକୁ ଯାଇଥିଲେ ହେଁ ପୋଲିସ ତାଙ୍କ ଅଭିଯୋଗ ରଖିନଥିଲା। ଏନେଇ ମହିଳାଜଣଙ୍କ ମାନସିକ ଦୁଶ୍ଚିନ୍ତାରେ ଥିଲେ । ରବିବାର କୋତବାଲୀ ଘରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଏନେଇ ଜିଲ୍ଲାରେ ଉତ୍ତେଜନା ଦେଖାଯିବା ପରେ ପୋଲିସ ମହିଳାଙ୍କ ପୁଅକୁ ଖୋଜୁଛି ବୋଲି କହି ସଫେଇ ଦେଇଛି । 

Spread the love