ମହଙ୍ଗା ପଡିଲା ଫେସବୁକ ପ୍ରେମ – ଅାଶାଳୀନ ଚାଟିଂଗ କରି ଯୁବକ କୋର୍ଟ ଚାଲାଣ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ)  :  ଫେସବୁକରେ ଚାଟିଂଗରୁ  ପ୍ରେମ । ଆଉ ପରେ ପ୍ରେମିକାର ଫଟୋକୁ କୁତ୍ସିତ କରି ବ୍ଲାକମେଲ । ଏଭଳି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଆଉ ଝିଅ ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ଗିରଫ ହୋଇ ଜେଲ ଯିବାକୁ ପଡିଛି ପ୍ରେମିକକୁ । ଘଟଣାରୁ ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲା ସନ୍ଥପୁର ଗ୍ରାମର ଯୁବକ ସୂର୍ଯ୍ୟକାନ୍ତ ମାଛକୁଣ୍ଡ (୨୩) ପୂର୍ବରୁ ଅନୁଗୁଳ ସରକାରୀ ମହାବିଦ୍ୟାଳୟରେ ପଢିଥିଲେ। ସୂର୍ଯ୍ୟ କଲେଜରେ ପଢ଼ୁଥିବା ସମୟରେ ବଅଁରପାଳର ଜନୈକା କଲେଜ ପଢ଼ୁଆ ଝିଅ ସହ ଗତ 3 ବର୍ଷ ଧରି ଫେସବୁକ୍ ମାଧ୍ୟମରେ କଥାବାର୍ତ୍ତା   କରୁଥିଲା । ଚାଟିଙ୍ଗରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ତେବେ ପରେ ଯୁବକ ଜଣଙ୍କ କିଛି ଆପତ୍ତିଜନକ ଚାଟିଂଗ କରିବାକୁ ନେଇ କଥା ଉଭୟଙ୍କ ପରିବାରକୁ ଯାଇଥିଲା । ଆଉ ଏହି କଥାକୁ ନେଇ ଝିଅ ଘର ପରିବାର ଓ ପୁଅ ପରିବାର ମଧ୍ୟରେ ବୁଝାମଣା ହୋଇ କେହି କାହାକୁ ଅଶ୍ଳିଳ ଇଙ୍ଗିତ କରିବେ ନାହିଁ ବୋଲି ବୁଝାମଣା ହୋଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ଉକ୍ତ ଯୁବକ ପୁଣି ଫେସବୁକରେ ଝିଅର ଫଟୋକୁ ଆପତ୍ତି ଜନକ ଭାବେ ଯୋଡି ଉଭୟ ବାହାଘର ହୋଇଛନ୍ତି ଓ ହନିମୁନରେ ଯାଇଛନ୍ତି ବୋଲି ଝିଅ ପାଖକୁ ପୋଷ୍ଟ କରିଥିଲେ । ଫଳରେ ଗତ 2017 ମସିହା ଜିସେମ୍ବର 24 ତାରିଖରେ  ଝିଅର ବାପା ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି  ଉକ୍ତ ଯୁବକକୁ ପୋଲିସ କଲାବିରରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love