୭ ନକଲି ମାଓବାଦୀ ଗିରଫ

ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୭ ନକଲି ମାଓବାଦୀ ଗିରଫ ହୋଇଛନ୍ତି।  ସେମାନଙ୍କଠାରୁ ୫ଟି ଦେଶୀ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।  ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୁଲିସ ଏମାନଙ୍କୁ ଗିରଫ କରିଛି  । ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି, ଗୋଟିଏ ଟ୍ୟାବ୍, ୩ଟି ମୋବାଇଲ, ନକ୍ସଲ ବ୍ୟବହୃତ ଡ୍ରେସ୍, ୨ଟି ନକଲି ପିସ୍ତଲ ଆଦି ଜବତ କରାଯାଇଛି।ଗତକାଲି ବୀରଘାଟମ ଗାଁର ବାସିନ୍ଦା  ତଥା ଗୁଟଖା ବ୍ୟବସାୟୀ ସୁରେଶଙ୍କ ଘରକୁ ୩ ଜଣ ନକଲି ମାଓବାଦୀ ୧ ଲକ୍ଷ ଟଙ୍କା ଦେବା ପାଇଁ ଧମକଚମକ ଦେଇଥିଲେ।  ବନ୍ଧୁକ ଦେଖି ସୁରେଶ ଭୟରେ ଚିତ୍କାର କରିବାରୁ ଘଟଣାସ୍ଥଳରୁ ଏମାନେ ଫେରାର ହୋଇଯାଇଥିଲେ।

ଏନେଇ ସ୍ଥାନୀୟ ପୁଲିସରେ ଅଭିଯୋଗ କରାଯାଇଥିଲା  । ପ୍ରଥମେ ୩ଜଣଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିଥିଲା ପୁଲିସ।  ଗିରଫ ନକଲି ମାଓବାଦୀଙ୍କ ନାଁରେ ପୂର୍ବରୁ ଗଜପତି ଜିଲ୍ଲା କାଶୀନଗରଠାରେ ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ନେଇ ଅଭିଯୋଗ ରହିଛି ।

Spread the love