ସମ୍ବଲପୁରରେ ନକଲି ଝାଡୁଦାର ଚାକିରି ଘଟଣା, ଆଉ ୧୪ ଜଣ ହେଲେ ଗିରଫ
ସମ୍ବଲପୁର: ଝାଡ଼ୁଦାର ଚାକିରି କରାଇ ଦେବାକୁ କହି ଆଶାୟୀଙ୍କ ଠାରୁ ଟଙ୍କା ନେଇଥିଲେ। ଏମାନେ ସମସ୍ତେ ସମ୍ବଲପୁର ଜିଲ୍ଲାର। ପୂର୍ବରୁ ମୁଖ୍ଯ ଅଭିଯୁକ୍ତ ରାହୁଲ ରାୟ ଓ ପଦ୍ମାବତୀ ତାଣ୍ଡିଙ୍କ ସମେତ ୪ଜଣ ଗିରଫ ହୋଇଥିଲେ। ପଦ୍ମାବତୀ ଓ ରାହୁଲଙ୍କଠାରୁ ୬୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଠକେଇ ମାମଲାର ମାଷ୍ଟର ମାଇଣ୍ଡ ରାହୁଲ । ଏହି ଘଟଣାରେ କିଛି ମହିଳା ମଧ୍ୟ ଅଟକ ଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।
