୯୦ ଦଶକର ଗୀତକୁ ରିମେକ କଲେ ନେହା, ଗୀତ ଶୁଣି ରାଗିଗଲେ ଫାଲଗୁନି

ନୂଆଦିଲ୍ଲୀ ୨୫।୦୯: ନେହା କକ୍କର ତାଙ୍କ ଗୀତ ସହିତ ସମଗ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ତାଙ୍କର ନୂଆ ଗୀତ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଥା’ନ୍ତି । ନିକଟରେ ସେ ୯୦ ଦଶକର  ପ୍ରସିଦ୍ଧ ଗୀତ ମେନେ ପାୟାଲ୍‌ ହୈ ଛନକାୟିକୁ ରିମିକ୍ସ କରି ନିଜର ଭଏସ୍ ଦେଇ ନୂଆ ଭର୍ସନରେ ଗାଇଛନ୍ତି। ଏହି ଗୀତ ରିଲିଜ ହେବା ପରଠାରୁ ନେହା କକ୍କରଙ୍କୁ ସୋସିଆଲ ମିଡିଆରେ ଲଗାତାର ବିରୋଧ କରାଯାଉଛି । ନେଟେନିଜେନ୍ସ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରିବାରେ ଲାଗିଛନ୍ତି। କେହି କେହି ତାଙ୍କ ଗୀତ ଉପରେ ପ୍ରତିବନ୍ଧକ ଲଗାଇବା କଥା କହୁଥିବା ବେଳେ କେହି କେହି ଗାୟିକଙ୍କୁ ଜେଲକୁ ପଠାଇବା ବିଷୟରେ ମଧ୍ୟ କହୁଛନ୍ତି। ସୋସିଆଲ ମିଡିଆରେ ବଢୁଥିବା ଏହି ଦାବିଗୁଡିକ ମଧ୍ୟରେ ବର୍ତ୍ତମାନ ଗୀତରେ ମୂଳ ଗାୟିକ ଫାଲଗୁନି ପାଠକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ଫାଲଗୁନିଙ୍କ ଏହି ଗୀତକୁ ଆଇକନିକ୍‌ ଭାବେ ପରିଚୟ ସୃଷ୍ଟି କରିଥିଲା। ଯାହା  ଆଜି ଯାଏଁ ଲୋକପ୍ରିୟ ହୋଇ ରହିଛି । ପୁଣିଥରେ ନିଜର ଗୀତକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରିୟଙ୍କା ଶର୍ମା, ଧନଶ୍ରୀ ବର୍ମା ଏବଂ ନେହାଙ୍କ ଏହି ରିମିକ୍ସ ଗୀତକୁ ଫାଲଗୁନି ପଠକ ଟାର୍ଗେଟ କରିଛନ୍ତି । ବାସ୍ତବରେ, ଫାଲଗୁନି ୟୁଜର୍ସଙ୍କ ସ୍କ୍ରିନସଟ ସେୟାର କରି ନେହାଙ୍କୁ ଟାର୍ଗେଟ କରିଛନ୍ତି । ସେୟାର ହୋଇଥିବା ଷ୍ଟୋରୀରେ, ଜଣେ ୟୁଜର୍ସ ଲେଖିଥିଲେ, ‘ଆମର ପିଲାଦିନର ସ୍ମୃତି ଏହିପରି ନଷ୍ଟ ହୋଇଯାଉଛି।’ ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଥିଲେ, ‘ଏହି ପାପ ବନ୍ଦ କର । ଆଉ ଜଣେ ଲେଖିଛନ୍ତି ଦୟାକରି କେହି ଏହି ଅଟୋଟ୍ୟୁନ୍ କରି ଗାୟିକା ଏବଂ ତାଙ୍କର ରିମିକ୍ସ ଉପରେ ପ୍ରତିବନ୍ଧକ ଲଗାନ୍ତୁ ।

ନେହା ଏହି ଗୀତଟିକୁ ରିମିକ୍ସ କରିଥିବାରୁ ଫାଲଗୁନିକଙ୍କ ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି। ଏହି ଗୀତରେ ଲୋକମାନେ ନେହାଙ୍କ ସ୍ୱରକୁ ବହୁତ ସମାଲୋଚନା କରୁଛନ୍ତି ଏବଂ ୯୦ ଦଶକର ଏହି ହିଟ୍ କ୍ଲାସିକ୍ ଗୀତକୁ ନଷ୍ଟ କରିଥିବାରୁ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। ଖବର ଅନୁଯାୟୀ, ଫାଲଗୁନିଙ୍କ ଏହି ଗୀତର ଆଇନଗତ ଅଧିକାର ନ ଥିବାରୁ ସେ ନେହାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread the love