ବାପ-ମାଆ ସହ ୪ ଛୁଅଙ୍କୁ ହାଣିଛନ୍ତି ଦୁର୍ବୃତ୍ତ, ପୋଲିସ୍

ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ପରେ ଆଉ ଏକ ଭୟଙ୍କର ଗଣହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗୋଟିଏ ପରିବାରର ବାପ-ମାଆ ସହ ୪ ଛୁଅଙ୍କୁ ହାଣିଛନ୍ତି ଦୁର୍ବୃତ୍ତ। ସ୍ବାମୀ-ସ୍ତ୍ରୀଙ୍କ ସମେତ ପୁଅ-ଝିଅ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ କିଏ ହତ୍ୟା କରିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି।

ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅନୁମାନ କରାଯାଉଛି। କିଏ ଏବଂ କାହିଁକି ଗୋ​‌ଟିଏ ପରିବାର ସମସ୍ତଙ୍କୁ ନିର୍ମମ ହତ୍ୟା କରାଗଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀର ପାଟଣାଗଡର ମହୁଲପଡାରେ ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।

ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏପରି କି ସନ୍ଧାନୀ କୁକୁର ଜରିଆରେ ପୋଲିସ୍‌ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଟାଙ୍ଗିଆ ଏବଂ ଧାରୁଅ ଅସ୍ତ୍ର ପୋଲିସ୍ ଜବତ କରିଛି। ଗୋଟେ ପରିବାର ବଂଶ ନିପାତ କିଏ କଲା, ତାହା ବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସୂଚନାଥାଉକି ଏମାନେ ଛତିଶଗଡରୁ ଆସି ପାଟଣାଗଡରେ ମହୁ ବେପାର କରୁଥିଲେ। ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ତଦନ୍ତ  କରୁଛି ପୋଲିସ।

Spread the love