୧୨ ଦିନ ଭିତରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ

ଗୋଟିଏ ଦିନରେ ଦୁଇଭାଇଙ୍କ ମୃତ୍ୟୁ । ଦ୍ୱାଦଶାହ କାମ ଚାଲିଥିବାବେଳେ ଭାଇବୋହୂର ଗଲା ଜୀବନ । ଭଦ୍ରକ ତିହିଡି ଥାନା ଗୁଆମାଳ ଅଂଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି ।

୧୨ ଦିନରେ ୩ଜଣଙ୍କୁ ହରାଇ ସ୍ତବ୍ଧ ହୋଇପଡିଛି ପରିବାର । ଗତ ନଭେମ୍ବର ୨୭ ତାରିଖରେ ଗୁଆମାଳର ଦର୍ଗାପ୍ରସାଦ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା। ପୁଣି ରାତିରେ କୌଣସି କାରଣରୁ ମଝିଆ ଭାଇ ହରପ୍ରସାଦ ପାଣିଗ୍ରାହୀ ଆରପାରିକୁ ଚାଲିଗଲେ। ଗୋଟିଏ ଦିନରେ ଦୁଇଭାଇଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ ଖସିପଡିଥିଲା ।

ଦୁଇଭାଇଙ୍କ ମୃତ୍ୟୁ ପରେ ଦ୍ୱାଦଶାହ କାମ ଚାଲିଥିଲା। ଦ୍ୱାଦଶାହ ଦିନ ହଠାତ୍‌ ଏକ ଦୁର୍ଘଟଣାରେ ଘରର ମଝିଆ ବୋହୂଙ୍କ ଜୀବନ ଚାଲି ଯାଇଛି । ୧୨ଦିନରେ ପରିବାରର ତିନି ତିନି ଜଣଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ।

Spread the love