ଜାଣନ୍ତୁ ସାଥିଙ୍କ ସହ କଳିଝଗଡା ହେବାର ଫାଇଦା

ଦୁନିଆରେ ଏମିତି କୌଣସି କପଲ ନାହାଁନ୍ତି ଯେଉଁମାନଙ୍କର ଝଗଡା ହେଉନି। କେବେକେବେ ବିନା କୌଣସି କଥାରେ ବି ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥାଏ। ଏମିତିରେ ଉଦାସ ରହିବା ବା ଅପସେଟ୍‌ ରୁହନ୍ତି। କିନ୍ତୁ ଆମେ ତ କହିବୁ ଏମିତି ସ୍ଥିିତିରେ ଆପଣ ଅପସେଟ୍‌ ହୁଅନ୍ତୁନାହିଁ। କାହିଁକିନା ଏହାର ବି ବହୁତ ଫାଇଦା ରହିଛି।

କଥା କ୍ଲିୟର ହୋଇଯିବା

ବିନା କିଛି କଥା କହି ମନରେ ସବୁ କଥାକୁ କିମ୍ବା ଅଭିମାନକୁ ଚାପି ରଖିବା କିମ୍ବା କ୍ରୋଧିତ ହୋଇଯିବା ଠାରୁ ଭଲ ଯୁକ୍ତିତର୍କ ଏବଂ ଝଗଡା ଲାଗି ମନର କଥା ବାହାରକୁ ପ୍ରକାଶ କରିଦେବା। ଏହାଦ୍ୱାରା ପାର୍ଟନର ବି ବୁଝିପାରିବେ ଆପଣଙ୍କ ମନରେ କଣ ଅଛି ଏବଂ କେଉଁ କଥା ଆପଣଙ୍କୁ ଖରାପ ଲାଗିଛି।

ଇଣ୍ଟିମାସୀ ବା ଘନିଷ୍ଠତା ବଢ଼ିଥାଏ

ଝଗଡା ପାଟିତୁଣ୍ଡ ହେବା କାରଣରୁ ଆପଣଙ୍କ ମନରେ ଥିବା ନେଗେଟିଭିଟୀ ବାହାରକୁ ବାହାରିଯାଏ। ଏମିତିରେ ଅନେକ ଥର ଆପଣ ପାର୍ଟନରଙ୍କୁ ବହୁତ କିଛି ଭୁଲ ବି ବୁଝିଥାନ୍ତି। କିନ୍ତୁ ଯେତେବେଳେ ନିଜ ଭୁଲ ବୁଝିପାରନ୍ତି ସେତେବେଳେ ଆପଣ ନିଜ ପାର୍ଟନର ବା ସାଥିଙ୍କର କ୍ଲୋଜ ହେବାକୁ ଲାଗନ୍ତି।

ଭରଷା ବଢ଼ିଥାଏ

ଆପଣଙ୍କୁ ଏହି କଥା ଅଜବ ଲାଗୁଥାଇପାରେ କିନ୍ତୁ ଝଗଡା ହେବା ଦ୍ୱାରା ବୁଝାମଣା ଠିକ ହୋଇଯାଏ। ଏହାଦ୍ୱାରା ଭରଷା ବଢ଼ିଥାଏ। ଉଭୟଙ୍କ ଭିତରେ ଆଉ କୌଣସି କଥାକୁ ନେଇକି ଭୁଲ ବୁଝାମଣା ରହିନଥାଏ। ଏହାଦ୍ୱାରା ଦୁଇଜଣଙ୍କ ଭିତରେ ବିଶ୍ୱାସ ବଢ଼ିଥାଏ। ଝଗଡା ହେଲେ ବି ସାଥି ଆପଣଙ୍କୁ ଛାଡିକି ଦୂୂରକୁ ଯାଆନ୍ତିନି।

ଆପଣଙ୍କୁ ଭଲ ଅନୁଭବ ହୋଇଥାଏ

କୁହାଯାଏ ସାଥିରେ ରହିଲେ ବେଳେବେଳେ ଝଗଡା ହୋଇଥାଏ। କିନ୍ତୁ ଯୁକ୍ତିତର୍କ ଝଗଡା ସବୁଠାରୁ ଭଲ କଥା ହୋଇଥାଏ। ଆପଣ ନିଜ ଭିତରେ ଚାପି ରଖିଥିବା କଥା କହିଦେଲେ ବହୁତ ଭଲ ଅନୁଭବ ହୋଇଥାଏ। ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ। ରାଗକୁ ଚାପି ରଖିଲେ ଶରୀର ଦୁର୍ବଳ ହେବାକୁ ଲାଗିଥାଏ।

Spread the love