ରୋହିତ ବଳଙ୍କ ପରଲୋକ

ଭାରତର ଜଣାଶୁଣା ଫ୍ୟାସନ୍ ଡିଜାଇନର ରୋହିତ ବଳଙ୍କ ଶୁକ୍ରବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନରୁ ହୃଦ୍ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ବାସ ତାଗ କରିଛନ୍ତି । ତାଙ୍କ ମୃତ୍ୟୁର କାରଣ ହାର୍ଟଆଟାକ ବୋଲି କୁହାଯାଉଛି । ଫ୍ୟାସନ୍ ଡିଜାଇନ୍ କାଉନସିଲ୍ ଅଫ୍ ଇଣ୍ଡିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଛି ।

ସେ ଫ୍ୟାସନ୍ ଡିଜାଇନ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏଫଡିସିଆଇ) ସଦସ୍ୟ ଥିଲେ । ଶେଷ ଥର ପାଇଁ ରୋହିତଙ୍କୁ ଲାକମି ଇଣ୍ଡିଆ ଫ୍ୟାଶନ ୱିକରେ ଦେଖିବାକୁ ମିଳିଥିଲା । ପାରମ୍ପରିକ ପୋଷାକକୁ ଆଧୁନିକ ଶୈଳୀରେ ଉପସ୍ଥାପିତ କରିବା ପାଇଁ ସେ ଜଣାଶୁଣା ଥିଲେ । ରୋହିତଙ୍କ କାର୍ଯ୍ୟ ଭାରତୀୟ ଫ୍ୟାସନର ପରିଚୟ ଦେଇଛି ଏବଂ ପିଢ଼ିକୁ ପ୍ରେରଣା ଦେଇଛି ।

ରୋହିତ ଗତବର୍ଷ ଠାରୁ ନିଜର ହାର୍ଟ ଜନିତ ସମସ୍ୟା କାରଣରୁ ସମସ୍ୟାରୁ ସମ୍ମୁଖୀନ ହେଉଥିଲେ। ଏପରି କି ଏକଦା ତାଙ୍କୁ ୨୦୨୩ ନଭେମ୍ବର ମାସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ତାଙ୍କର ହାର୍ଟ ସମସ୍ୟା ୨୦୧୦ରୁ ଲାଗି ରହିଥିଲା । ସେତେବେଳେ ସେ ହାର୍ଟ ଆଟାକର ସମ୍ମୁଖୀନ ହେବାରୁ ଜରୁରିକାନୀରେ ଭିତ୍ତିରେ ଏଞ୍ଜିପ୍ଲାଷ୍ଟି କରିଥିଲେ । କଶ୍ମୀରର ମୂଳବାସିନ୍ଦା ରୋହିତ ବଲିଉଡରେ ଅନେକ ଚର୍ଚ୍ଚିତ ଚେହେରାଙ୍କ ସହ କାମ କରିଛନ୍ତି । ତାଙ୍କ ପରଲୋକ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି ।

Spread the love