ଆଜିଠୁ ଆରମ୍ଭ ଯୋରନ୍ଦା ମେଳା

ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଯୋରନ୍ଦା ମେଳା। ତିନି ଦିନ ଧରି ଚାଲିବ ମହିମା ଧର୍ମର ବାର୍ଷିକ ମେଳା। ବିଶ୍ୱର ମଙ୍ଗଳ ପାଇଁ ଝାଡ ଜଳିବ। ତେବେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। କେବଳ ପରମ୍ପରା ବଞ୍ଚାଇବା ପାଇଁ ପୀଠର ମହିମା ସାଧୁଙ୍କ ଦ୍ୱାରା ମାଘ ମେଳା ପାଳନ କରାଯିବ।
ସମସ୍ତ ସାଧୁସନ୍ଥଙ୍କର କୋଭିଡ ପରୀକ୍ଷା କରାଯିବ । ଚଳିତ ବର୍ଷ ଯୋରନ୍ଦା ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରା ଯାଇନାହିଁ । ଏହି ଅବସରରେ ପାଳିତ ହେଉଥିବା ମହିମା ମହୋତ୍ସବକୁ ଅନୁମତି ଦିଆଯାଇଛି । ଏଥିପାଇଁ ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତ ତରଫରୁ ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ମନ୍ଦିର ମଧ୍ୟକୁ ଏକାଥରେ ସର୍ବାଧିକ ୫୦ ଜଣଙ୍କୁ ୧୦ ମିନିଟ୍‌ ପାଇଁ ମନ୍ଦିର ବେଢା ଭିତରେ ରହିବାକୁ ଅନୁମତି ଦିଆଯିବ । ସୁରକ୍ଷା ଦୃଷ୍ଟିରୁ ୭ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Spread the love