ଫନି ସହାୟତା: ପାତର ଅନ୍ତରରୁ ନିଜକୁ ଦୁରେଇ ରଖନ୍ତୁ ରାଜ୍ୟସରକାର, ବିଜେପି

ସାମୁଦ୍ରିକ ବାତ୍ୟା  ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା । ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି)ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିତ ଅର୍ଥ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ବୋଟ ଓ ମସ୍ତ୍ର‌୍ୟଧରା ଡଙ୍ଗା ଦିଆଗଲା ।

ଏହା ଏକ ସରକାର କାର୍ଯ୍ୟକ୍ରମ ଥିଲା । ନିୟମ ଅନୁସାରେ ସରକାରଙ୍କ କାର୍ଯ୍ୟକ୍ରମରେ ସେଠାକାର ସ୍ଥାନିୟ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଡାକିବା କଥା । କିନ୍ତୁ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ପୁରୀ ଓ ବ୍ରହ୍ମଗିରିର ବିଧାୟକମାନଙ୍କୁ ସରକାର ଡାକିଲେ ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ ଅଭିଯୋଗ କରିଛନ୍ତି । ବ୍ରହ୍ମଗିରି ଓ ପୁରୀ ନିର୍ବାଚନ ମଣ୍ଡଳୀ ଫଣିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁଇ ନିର୍ବାଚନ ମଣ୍ଡଳିର ବିଧାୟକ ବିଜେପି ଦଳର ହୋଇଥିବାରୁ ଫଣିର କ୍ଷୟକ୍ଷତି ଆକଳନ ହେଉ କି କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୁରଣ ପ୍ରଦାନ ହେଉ କେଉଁଥିରେ ବି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଡାକିଲେ ନାହିଁ କି କୌଣସି ପରାମର୍ଶ ନେଲେ ନାହିଁ  ବୋଲି ବ୍ରହ୍ମଗିରୀ ବିଧାୟକ  ଲଲିତେନ୍ଦୁ ବିଦ୍ୟାଧର କହିଛନ୍ତି । କେବଳ ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି ।

ଏହି ଦୁଇ ନିର୍ବାଚନ ମଣ୍ଡଳିରେ ବିଜେଡିର ନେତା କିଏ, ସେମାନେ କେତେ ସ୍ୱଛ ଓ କେତେ ଦୁର୍ନିତିଗ୍ରସ୍ତ ତାହା ସମସ୍ତଙ୍କୁ ଜଣାଅଛି । ବିଜେଡିର କିଛି ନେତାମାନଙ୍କର ସୁପାରିଶରେ ଫଣିର ପରବର୍ତୀ କ୍ଷତିପୁରଣ ଓ ସରକାରଙ୍କର ଅନ୍ୟ ସମସ୍ତ ଯୋଜନାର ହିତାଧିକାରି ଚୟନରେ ବ୍ୟାପକ ଅନିୟମିତତା ହେଉଛି ।

ଏହି ଅନିୟମିତତାରେ ତୃତୀୟ ମହଲାର ଏଥିରେ ସିଧାସଳଖ ସମ୍ପୃକ୍ତି ଅଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଇଙ୍ଗିତରେ ଏହି ଜିଲ୍ଲା ପ୍ରଶାସନ ପୁରୀ ଜିଲ୍ଲାର କିଛି ବିଜେଡି ନେତାଙ୍କର ସଖୀ କଣ୍ଢେଇ ପାଲଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ୫ଟି ର କଥା କହୁଛନ୍ତି । ହେଲେ ଏପଟେ ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକର ଜିଆରଏସ, ଭିଏଲଡବ୍ଲୁ, ବିଡିଓ ଦଳୀୟ ନେତା ତାଙ୍କ କର୍ମୀମାନଙ୍କୁ ବିଭିନ୍ନ ଯୋଜନାରେ ବେଆଇନ ଭାବେ ସାମିଲ କରାଇ ଚାଲିଛନ୍ତି । ରାଜ୍ୟ ସରକାର ଏପରି ପାତର ଅନ୍ତରରୁ ନିଜକୁ ଦୁରେଇ ରଖନ୍ତୁ । ଗଣତନ୍ତ୍ରରେ ଜଣେ ବିଧାୟକର ଯାହା ଅଧୀକାର ଅଛି ତାକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ରାଜନୀତି କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।  ଏବେ ଜିଲ୍ଲା ପ୍ରଶାସନର ସମସ୍ତ ଭତା ବାର୍ଧ୍ୟକ ଭତା, ବିଧବା ଭତା, ଦିବ୍ୟାଙ୍ଗ ଭତାର ହିତାଧିକାର ଚୟନକୁ ପଂଚାୟତ ଠାରୁ ଛଡାଇ ନିଆଯାଇ ଅଙ୍ଗନବାଡିକୁ ଦିଆଯାଉଛି । ଏହା କେବଳ ପୁରୀ ଜିଲ୍ଲାରେ ଲାଗୁ ହୋଇଛି ବୋଲି  ଶ୍ରୀ ଷଡଙ୍ଗୀ କହିଛନ୍ତି ।

କେବଳ ପୁରୀ ଜିଲ୍ଲାରେ ଗୋଟିଏ ନୁଆ ନିୟମ ଲାଗୁ ହେବ କାହିଁକି ? କାହିଁକି ପଂଚାୟତର କ୍ଷମତାକୁ  ସଙ୍କୁଚିତ କରାଯାଉଛି ? ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କଥା କହୁଥିବା ବେଳେ ଖାଲି ବିଧାୟକ ନୁହେଁ ବଂର ପଂଚାୟତର ସରପଂଚ ମାନଙ୍କଠାରୁ କ୍ଷମତା ଛଡାଇ ନେଉଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି । ଯେଉଁ ବୋଟ ଓ ଡଙ୍ଗା ମାଛଧରାଳି ମାନଙ୍କୁ ଦିଆଯାଇଛି ତାହା କେନ୍ଦ୍ରୀୟ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର  ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି) ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡର ଏକ ବଡ ଅଂଶକୁ କେନ୍ଦ୍ର ସରକାରଙ୍କର ପିଏସୟୁ (କେନ୍ଦ୍ରୀୟ କମ୍ପାନୀମାନେ ) ରିଲିଫ ପଣ୍ଡକୁ ଓଡିଶାର ବିକାଶ ପାଇଁ ଦିଅନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।  ଫନି କ୍ଷତିଗସ୍ତ ବିଦ୍ୟୁତ ଭିତିଭୂମିର ମରାମତି ପାଇଁ କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୫୦ କୋଟି ୩୨ ଲକ୍ଷ ଟଙ୍କା ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ଦେଇଥିବାରୁ ରାଜ୍ୟ ଉପସଭାପତି  ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।

Spread the love