କୃଷି ଭିତିଭୂମି ପାଣ୍ଠି ଅଧୀନରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଉପକୃତ ହେବେ :କୃଷକମୋର୍ଚ୍ଚା

ଭୁବନେଶ୍ୱର : କୋରନା ମହାମାରୀ ସମୟରେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବାଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ କୃଷକ, ପି.ଏ.ସି.ଏସ,ଏଫ.ପି.ଓ, କୃଷି ଉଦ୍ୟୋଗୀ ମାନେ ସେମାନଙ୍କର କୃଷି ଭିତିଭୂମି ନିର୍ମାଣ
କରିପାରିବେ । ଏହି ନୂଆ ଯୋଜନା ଅନୁଯାୟୀ କୃଷକ ଗୋଷ୍ଠୀ ଏବଂ କୃଷି ସମିତି ଶସ୍ୟ ରଖିବା ପାଇଁ ନୂତନ ଗୋଦାମ, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଶିଳ୍ପ ନିର୍ମାଣ କରିବା ପାଇଁ ଋଣ ନେଇପାରିବେ । ଏହା ଦ୍ୱାରା କୃଷକ ଏବଂ କୃଷି କ୍ଷେତ୍ରକୁ ଆର୍ଥିକ ସ୍ତରରେ ସହାୟତା ମିଳିବା ସହ ଦେଶର ସମସ୍ତ କୃଷକ ଭାଇ ମାନେ ଏହାର ଲାଭ ଉଠାଇ ପାରିବେ । କୃଷି ଭିତିଭୂମି ପାଣ୍ଠି ହେଉଛି ଏକ ମଧ୍ୟମ – ଦୀର୍ଘ ମିଆଦି ଆର୍ଥିକ ଋଣ ସୁବିଧା । ଏହାର ଅବଧୀ ୧୦ ବର୍ଷ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ରହିଛି । ଗ୍ରାମୀଣ କ୍ଷେତ୍ରରେ ଘରୋଇ ପୁଂଜି ବିନିଯୋଗ ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି କିଷାନ ରେଲ ଯୋଜନା ହେଉଛି ରେଳ ଟ୍ରାକରେ ଚାଲୁଥିବା ଶୀତଳ ଭଣ୍ଡାର । ଏହି ରେଳଗାଡି ମୁମ୍ବାଇର ଦେବଲାଲିରୁ ବିହାରର ଦାନାପୁର ପର୍ଯ୍ୟନ୍ତ ଚାଲିବ । ଏହା ଦ୍ୱାରା ଫଳ, ପନିପରିବା, କ୍ଷୀର ଇତ୍ୟାଦି ସତେଜ ରହିବ । ଚାଷୀମାନେ ନିଜର ଫସଲକୁ ସହରକୁ ପଠାଇ ଲାଭବାନ ହୋଇ ପାରିବେ । ଆଗାମୀ ଦିନରେ କିଷାନ ରେଲ୍ ଦେଶର ଅନ୍ୟ ରାଜ୍ୟଗୁଡିକରେ ଆରମ୍ଭ ହେବ । ଚାଷ ଓ ଚାଷୀଙ୍କ ହିତ ଦୃଷ୍ଟିରୁ ମୋଦି ସରକାର ଅନେକ ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏବଂ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ । ରବିବାର ଛୁଟି ଦିନ ଥିଲେ ବି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଷଷ୍ଠ କିସ୍ତିରେ ୮.୫ କୋଟି କୃଷକଙ୍କୁ ୧୭ହଜାର କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ସଫଳ ଚାଷୀ ଉଦ୍ୟୋଗୀ, ସମବାୟସମିତି, କୃଷକ ଉତ୍ପାଦକ ସଂଘ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସର୍ବଦା ଚାଷ ଓ ଚାଷୀଙ୍କୁ ପ୍ରାଥମିକତା ଦେଇ ଆସିଛନ୍ତି । ଚାଷ କ୍ଷେତ୍ର ଓ ଚାଷୀଙ୍କ ପାଇଁ ମୋଦି ସରକାର ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଏହି କୃଷି ଭିତିଭୂମି ପାଣ୍ଠି ଅଧୀନରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ । ଏହି ଯୋଜନା ଦ୍ୱାରା ପ୍ରତି ପଂଚାୟତରେ ଉନ୍ନତ ମାନର କୃଷି ଭିତିଭୂମି ନିର୍ମାଣ ହେବା ସହ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ପୁରୋହିତ ଏବଂ ଶ୍ରୀ ବିଶ୍ୱାଳ କହିଛନ୍ତି ।

Spread the love