ଅଦିନିଆ ବର୍ଷାରେ ଚାଷ ନଷ୍ଟ, କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କଲେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି

ଓଡିଶା ରାଜ୍ୟରେ ଗତ ମାର୍ଚ୍ଚ ୧୯ ତାରିଖ ଠାରୁ ୨୦ ତାରିଖ ଦୁଇଦିନ ଧରି ଅଦିନିଆ ପ୍ରବଳ ବର୍ଷା ହେବା ଫଳରେ ବାଲେଶ୍ବର ଜିଲ୍ଲା ରେ ବ୍ୟାପକ ଫସଲ ନଷ୍ଟ ହେଇ ଚାଷୀ ମାନକଂର ନାହିଁ ନଥିବା କ୍ଷତି ହେଇ ସର୍ବସ୍ୱାନ୍ତ ହେଇଛନ୍ତି।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ବାଲେଶ୍ବର ଜିଲ୍ଲା ର ଭୋଗରାଇ ବ୍ଲକର ଦୁଡୁପଲ, ନାଚିନ୍ଦା, ଖରଦପିପଲ, ଆରୁହାବୃତୀ, ଗବଗାଁ, କୁଶୁଡା, ପୁଟିନା, ନହରା, ବାଲିଙ୍ଗି, ମହାଗବ, ଗୋଡସାରଥା, ସିଆଁରୋହି, ବାଉଁଶଡିହାଁ, ଅମର୍ଦା, ମଧୁପୁର କଚୁଆଡି, ପ୍ରଭୃତି ପଞ୍ଚାୟତ ରେ ଅଦିନିଆ ପ୍ରବଲ ବର୍ଷା ରେ କ୍ଷତିଗ୍ରସ୍ତ ଅଞ୍ଚଳ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ବୁଲି ବୁଲି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ଓ ଫସଲହାନିର ଆକଳନ କରିଥିଲେ। ପରିଦର୍ଶନ ସମୟରେ ଧାନ, ବିରି, ମୁଗ, ଚିନାବାଦାମ, ତରଭୁଜ, କଖାରୁ, ପନିପରିବା ଚାଷ ପ୍ରବଳ ବର୍ଷା ଫଳରେ ପାଣି ବୁଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଥିବାର ଦେଖିବାକୁ ମିଳିଥିଲା।

ଏହି ଅଦିନିଆ ବର୍ଷା ଫଳରେ ଚାଷୀ ମାନଙ୍କ ର ନାହିଁ ନଥିବା କ୍ଷତି ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କଂ ତରଫରୁ ଏହାର ଆକଳନ କରାଯାଇ କ୍ଷତି ପୂରଣ ଚାଷୀ ମାନଙ୍କୁ ଦିଆଯାଉନଥିବା ରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଏହାର ନିନ୍ଦା କରିଛନ୍ତି। ରାଜ୍ୟ ସରକାର ତୁରନ୍ତ କୃଷି ବିଭାଗ ଓ ରାଜସ୍ବ ବିଭାଗ ତରଫରୁ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବୀ କରିଛନ୍ତି ।ଚାଷୀ ମାନେ ବିକଳ୍ପ ଚାଷ କରିବା ପାଇଁ ମାଗଣାରେ ବିହନ, ସାର ଓ କୀଟନାଶକ ଯୋଗାଇଦେବା ପାଇଁ ମଧ୍ୟ ଶ୍ରୀ ସାହୁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଶ୍ରୀ କୈସିକ୍ ଚାନ୍ଦ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ କୈଳାଶ ଚନ୍ଦ୍ର ବାରିକ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ସୁବୋଧ ଚନ୍ଦ୍ର ପଣ୍ଡା, ଅଜିତ୍ ଚାନ୍ଦ, ପ୍ରଦୀପ କୁମାର ଦୋ, ଜ୍ଞାନସେ ଚନ୍ଦ୍ର ପାଲ, କମଲାକାନ୍ତ ଜେନା, ଜନ୍ମଜୟ ପରମାଣିକ, ନବୀନ କୁମାର ମଣ୍ଡଳ, ଗୈତମ କୁମାର ଭଞ୍ଜ, ଅଜୟ କୁମାର ସାହୁ, ପ୍ରାଣବନ୍ଧୁ ସାହୁ, ପ୍ରମୁଖ କଂ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ।

Spread the love