କୃଷି କର୍ମଚାରୀ ପିନ୍ଧିଲେ କଳାବ୍ୟାଜ୍ 

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସ˚ଘର ଆହ୍ବାନ କ୍ରମେ ଢେଙ୍କାନାଳ ଜିଲ୍ଲା ସ˚ଘ କର୍ମଚାରୀମାନେ କଳାବ୍ୟାଜ୍‌ ପରିଧାନ କରିବା ସହ  ୪ ଦଫା ଦାବି ନେଇ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।  
ଗ୍ରାମ୍ୟ କୃଷି କର୍ମଚାରୀମାନେ ବିଜୁ କୃଷକ କଲ୍ୟାଣ ଯୋଜନା, କାଳିଆ ଯୋଜନା ସମେତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ପରିଶ୍ରମ କରି ସଫଳ କରୁଛନ୍ତି। ଏହା ସତ୍ତ୍ବେ ସେମାନଙ୍କ ନ୍ୟାଯ୍ୟ ଦାବିଗୁଡିକ ପ୍ରତି ସରକାର ବୈମାତୃକ ଭାବ ପ୍ରଦର୍ଶନ କରୁଥିବା ଯୋଗୁଁ  ସେମାନେ ବାଧ୍ୟହୋଇ ଗତକାଲିଠାରୁ ଆସନ୍ତା୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦାବିଗୁଡିକ ମଧ୍ୟରେ ପଦର ନାମ ପରିବର୍ତନ, ଗ୍ରାମ୍ୟ କୃଷି କର୍ମଚାରୀ ଏବ˚ ଓଭରସିଅର ପଦ ପାଇଁ ନୂତନ କ୍ୟାଡର ଗଠନ, ୧୦୦୦ କୃଷି ଓଭରସିଅର ପଦକୁ ସାରା ରାଜ୍ୟରେ ସମାନୁପାତିକ ଭିତିରେ ପୁନଃବିନ୍ୟାସ କରିବା ଓ ପଦୋନ୍ନତି ସୁବିଧା ଦେବା ଆଦି ଅନ୍ତର୍ଭୁକ୍ତ।
ଦାବିଗୁଡିକ ପୂରଣ ନହେଲେ ଆସନ୍ତା ୧୨ ତାରିଖ ଠାରୁ ସେମାନେ ସମୂହ ଛୁଟିରେ ଯିବେ ବୋଲି  ଜିଲ୍ଲା ସ˚ଘ  ପକ୍ଷରୁ ସୂଚନା ଦିଆଯାଇଛି।  
Spread the love