୫୧୨ କିଲୋ ପିଆଜ ବିକି ମାତ୍ର ଅଢେଇ ଟଙ୍କା ପାଇଲେ ମହାରାଷ୍ଟ୍ର ଚାଷୀ

ମହାରାଷ୍ଟ୍ରର ସୋଲାପୁରରେ ଏକ ଅଜବ ଘଟଣା ଘଟିଛି । ଜଣେ ପିଆଜ ଚାଷୀ ୫୧୨ କିଲୋଗ୍ରାମ ପିଆଜ ବିକ୍ରି କରିବା ପରେ ମାତ୍ର ଅଢେଇ ଟଙ୍କା ପାଇଛନ୍ତି ।

ସୋଲାପୁରର ବାର୍ସି ତହସିଲର କୃଷକ ରାଜେନ୍ଦ୍ର ଚୌହାନ (୬୩) କହିଛନ୍ତି ଯେ ସେ ସୋଲାପୁରର ଜଣେ ପିଆଜ ବ୍ୟବସାୟୀଙ୍କୁ ବିକ୍ରି କରିବା ପାଇଁ ୫ କ୍ୱିଣ୍ଟାଲରୁ ଅଧିକ ଓଜନର ୧୦ ବସ୍ତା ପିଆଜ ପଠାଇଥିଲେ । କିନ୍ତୁ ଲୋଡିଂ ଓ ଅନଲୋଡିଂ, ପରିବହନ, ମଜୁରି ଓ ଅନ୍ୟାନ୍ୟ ଦେୟ ଦେବା ପରେ ସେଥିରୁ ତାଙ୍କୁ ମାତ୍ର ୨ ଟଙ୍କା ୪୯ ପଇସା ମିଳିଥିଲା ।

ସେ କହିଛନ୍ତି ଯେ ବ୍ୟବସାୟୀ ମୋତେ କ୍ୱିଣ୍ଟାଲ ପିଛା ୧ ଟଙ୍କା ଅଫର କରିଥିଲେ ।  ଫସଲର ମୋଟ ଓଜନ ୫୧୨ କେଜି ଥିଲା ଏବଂ ସେ ଉତ୍ପାଦର ମୋଟ ମୂଲ୍ୟ ୫୧୨ ଟଙ୍କା ପାଇଥିଲେ । କିନ୍ତୁ ଆନୁଷଙ୍ଗିକ ଖର୍ଚ୍ଚ ପରେ ମାତ୍ର ଅଢେଇ ଟଙ୍କା ମିଳିଲା । ଏହା ମୋର ଏବଂ ରାଜ୍ୟର ଅନ୍ୟ ପିଆଜ ଚାଷୀଙ୍କ ପାଇଁ ଅପମାନ। ଯଦି ଆମକୁ ଏଭଳି ମୂଲ୍ୟ ମିଳେ, ତେବେ ଆମେ କେମିତି ବଞ୍ଚିବୁ?”

ପିଆଜ ଚାଷୀଙ୍କୁ ଫସଲର ଭଲ ମୂଲ୍ୟ ମିଳିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ଦରକାର ବୋଲି ସେ କହିଛନ୍ତି । ତେବେ ଉତ୍ପାଦିତ ଦ୍ରବ୍ୟ ଉତ୍ତମ ମାନର ହୋଇଥିବା ବେଳେ ବ୍ୟବସାୟୀ ଏହା ନିମ୍ନ ମାନର ବୋଲି କହିଛନ୍ତି । ଏଣୁ ତାଙ୍କୁ କମ ଦର ମିଳିଥିଲା ।

“ସେହି କୃଷକ ନିକଟ ଅତୀତରେ ମୋତେ ୪୦୦ ବସ୍ତାରୁ ଅଧିକ ପିଆଜ ବିକ୍ରି କରି ଭଲ ଲାଭ କରିଛନ୍ତି। ଏଥର ସେ ମାତ୍ର ୧୦ ବସ୍ତା ଥିବା ବଳକା ଉତ୍ପାଦ ଆଣିଥିଲେ ଏବଂ ଦର ହ୍ରାସ ପାଇଥିବାରୁ ତାଙ୍କୁ ଏହି ଦର ମିଳିଛି ବୋଲି ସେ କହିଛନ୍ତି ।

Spread the love