ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ କୃଷକନେତାଙ୍କ ବିଚାରବିମର୍ଷ ଜାରି, ଆନ୍ଦୋଳନ ଜାରି ରଖିବାକୁ କେତେକ କୃଷକନେତାଙ୍କ ଜିଦ୍

ସୁପ୍ରିମକୋର୍ଟ ନୂଆ କୃଷି ଆଇନ ଉପରେ ସ୍ଥଗିତାଦେଶ ଲଗାଇବା ପରେ କୃଷକ ନେତାମାନେ ଆଉ କିଛି ସମୟପରେ ଦିଲ୍ଲୀର ସିଙ୍ଗୁ ସୀମାରେ ଏକ ବୈଠକ କରି କୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାରବିମର୍ଷ କରିବେ । ଏହି ବୈଠକରେ ଆନ୍ଦୋଳନ ସମ୍ପର୍କରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।ତେବେ କେତେକ କୃଷକ ନେତା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନସ୍ଥଳୀକୁ ଖାଲି କରାଯିବ ନାହିଁ । ଜାନୁଆରି ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା କରାଯିବ ।

କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଜି ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ କୃଷି ଅର୍ଥନିତିଜ୍ଞ ଡ. ଅଶୋକ ଗୁଲାଟି, ଭାରତ କିଷାନ ୟୁନିୟନ ସଭାପତି ଡ.ଜିତେନ୍ଦ୍ର ସିଂ ମାନ, ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞ ଡ. ପ୍ରମୋଦ ଯୋଶୀ ଓ ମହାରାଷ୍ଟ୍ର ଶିବକେରୀ ସଂଗଠନର ସଦସ୍ୟ ଅନୀଲ ଧନବତ୍ ।

ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Spread the love