ବଜ୍ରପାତରେ କୃଷି ଶ୍ରମିକ ମୃତ

ଵାନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗାଁରେ ବଜ୍ରପାତ ଯୋଗୁଁ ଜଣେ କୃଷକଙ୍କ ମୃତ୍ୟୁ ହୋଇଯାଇଛି।
ଧାନବିଲକୁ ଯାଇଥିଲେ। ଦିନ ୨ଟା ବେଳେ ବଜ୍ରପାତ ସହ ବର୍ଷା ହେଉଥିବା ସମୟରେ ବଜ୍ରପାତ ଯୋଗୁଁ ସେ ଗୁରୁତର ହୋଇପଡିଥିଲେ। ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁ କୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ହିମାଂଶୁ ଅନ୍ୟମାନଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ବିୟୋଗରେ ପତ୍ନୀ ଓ ଦୁଇଟି ପୁଅଝିଅ ବେସାହାରା ହୋଇ ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Spread the love