ପତଳା ହେବାକୁ ଚାହାଁନ୍ତି ତ ଆଳୁ ଖାଆନ୍ତୁ

ସାଧାରଣତଃ ଲୋକେ କଥା ହେବାର ଆମେ ଶୁଣିଛେ ଯଦି ଓଜନ କମାଇବାକୁ ଚାହୁଁଛ ତେବେ ଆଳୁ ଖାଇବା କମ୍‍ କରିଦିଅ । ହେଲେ ଆଜି ଆମେ ଏହା କହିବାକୁ ଚାହୁଁଛୁ ଯେ, କୌଣସି ବ୍ୟକ୍ତି ଲଗାତାର ୫ ଦିନ ପାଇଁ ନିୟମିତ କେବଳ ଆଳୁ ଖାଆନ୍ତି ତେବେ ତାଙ୍କର ମଧ୍ୟ ଓଜନ କମିବ ।ମଲିକ୍ୟୁଲାର ଅଫ୍‍ ନ୍ୟୁଟ୍ରିସନ୍‍ ଆଣ୍ଡ ଫୁଡ୍‍ ରିସର୍ଚ୍ଚ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଯଦି ଆପଣ ପତଳା ହେବାକୁ ଚାହାଁନ୍ତି ତେବେ ଦୈନିକ ଆଳୁ ଖାଆନ୍ତୁ । ଖାଲି ଏତିକି ନୁହେଁ ଯଦି ଆପଣ ୫ଦିନ ଧରି ପଟାଟୋ ଡାଏଟ୍‍ ଫଲୋ କରିବେ ତେବେ ଆପଣଙ୍କ ଓଜନ କିଛି କେଜି ହ୍ରାସ ଘଟିବ । ଏହା ଏଥିପାଇଁ ଯେ, ଆଳୁ ଖାଇବା ଦ୍ୱାରା ଭୋକର ଅନୁଭବ ହେବନାହିଁ । ଯାହାଫଳରେ ଓଭର ଡାଇଟିଂରୁ ଆପଣ ବର୍ତ୍ତିବେ । ଏହି ରିପୋର୍ଟ ଅନୁସାରେ ଆଳୁ ଓଜନ ହ୍ରାସ ଦିଗରେ ବଡ଼ କାମ କରିଥାଏ । କାରଣ ଏହା ଏପରି ଏକ ଷ୍ଟାର୍ଚ୍ଚ ଫୁଡ୍‍ ଅଟେ ଯେଉଁଥିରେ କମ୍ପେ୍ଲକ୍ସ କାର୍ବେହାଇଡ୍ରେଟ୍‍ ଅଧିକ ଥାଏ ଏବଂ କ୍ୟାଲୋରି କମ୍‍ ଥାଏ ।

ଏଥିସହ ମେଟାବୋଲିଜିମ୍‍ ବୃଦ୍ଧି ସହ ଓଜନ ନିୟନ୍ତ୍ରଣରେ ଆଳୁ ସହଯୋଗ କରିଥାଏ । ଗୋଟିଏ ଆଳୁରେ ୧୬୮କ୍ୟାଲୋରି ରହିଥିଲା ବେଳେ ସିଝା ଆଳୁରେ ଏହି ମାତ୍ରା ୧୦୦କୁ ଆସିଥାଏ । ଯଦି ଆପଣ ଦିନକୁ ୧୦ଟି ଆଳୁ ଖାଉଛନ୍ତି ତେବେ ଅନ୍ୟ ଖାଦ୍ୟ ତୁଳନାରେ ଆପଣଙ୍କ ଶରୀରକୁ କମ୍‍ କ୍ୟାଲୋରି ଯିବ, ଆପଣ ମଧ୍ୟ ସୁସ୍ଥ ରହିବେ । ଆଳୁରେ ଫାଇବର, ପ୍ରୋଟିନ୍‍ ସହ ଭିଟାମିନ୍‍ ବି,ସି ,ଆଇରନ୍‍, କ୍ୟାଲସିୟମ୍‍, ମାଙ୍ଗାନିଜ୍‍, ଫସଫରସ୍‍ ଆଦି ପୋଷକତତ୍ୱ ମଧ୍ୟ ଆଦି ରହିଛି । ଯି ଆପଣ ଦୁଇ ତିନିଟି ଆଳୁକୁ ସିଝାଇ ଚୋପା ସହ କିଛି ଦହି ମିଶାଇ ଖାଆନ୍ତି ତେବେ ଏହା ଏକ ସମ୍ପୂର୍ଣ୍ଣ ମିଲ୍‍ ଭାବେ କାମ ଦେଇଥାଏ । ସିଝା ଆଳୁ ଶରୀର ପାଇଁ ଫାଇଦା ହୋଇଥିଲା ବେଳେ ତେଲ,ମସଲା ଯୁକ୍ତ ଆଳୁ ନିୟମିତ ଖାଇଲେ ଶରୀରକୁ କ୍ଷତି ପହଞ୍ଚିଥାଏ ।

Spread the love