ସୁବର୍ଣ୍ଣପୁର ବିନିକା ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ

ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ। ଉଭୟଙ୍କୁ ଗିରଫ କରିଛି ବିନିକା ବନ ବିଭାଗ। ଗତକାଲି ବିନିକା ରେଞ୍ଜ କୌଡ଼ିଆ ମୁଣ୍ଡା ସଂରକ୍ଷିତ ଜଙ୍ଗଲ ମହଦା ଠାରେ ବାରହା ଶିକାର କରିବାକୁ ବିଦ୍ୟୁତ ତାର ବିଛାଇଥିଲେ ବୀରେନ୍ଦ୍ର କୁମାର ଶର୍ମା ଓ ପୁଅ ଆଲ୍ଲା ଉଦ୍ଦିନ ଶର୍ମା।

ବିଜୁଳି ତାର ସଂସ୍ପର୍ଶରେ ଆସି ଏଥିରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଶବକୁ ଜବତ କରିଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ବନ ବିଭାଗ କଠୋର ପଦକ୍ଷେପ ନେଇଛି। ବିନିକା ରେଞ୍ଜ ଅଧିକାରୀ ମହଦା ଗାଁର ବାପ ପୁଅ କୁ ଗିରଫ କରି ରାମପୁର କୋର୍ଟ ଚାଲାଣ କରିଛନ୍ତି। ବିଦ୍ୟୁତ ତାରରେ ହାତୀ ମୃତ୍ୟୁ ଘଟଣାକୁ ସେମାନେ ସ୍ୱୀକାର କରିଥିବା ରେଞର କହିଛନ୍ତି।.

Spread the love