ପ୍ରପୋଜ ଡେ କେମିତି ମନେଇବେ ଆପଣଙ୍କ ପ୍ରେମିକା ସହ ଜାଣନ୍ତୁ…

ଗତକାଲିଠାରୁ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ୱିକ୍ ଆରମ୍ଭ ହୋଇଯାଇଛି। ଏହି ସପ୍ତାହକୁ ନେଇ ପ୍ରେମୀ ଯୁଗଳ ବେଶ ଉତ୍ସାହିତ ରହିଥାନ୍ତି। ପ୍ରଥମ ଦିନରେ ଅର୍ଥାତ୍ ଫେବ୍ରୁଆରୀ ୭ ତାରିଖରେ ପ୍ରେମୀ ଯୁଗଳ ଗୋଲାପ ଦିବସ ପାଳନ କରିସାରିଛନ୍ତି। ସେହିପରି ଆଜି ଅର୍ଥାତ୍ ଫେବ୍ରୁଆରୀ ୮ରେ ହେଉଛି ପ୍ରପୋଜ ଦିବସ। ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି।

ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍‌ କରିବା ବହୁତ କଷ୍ଟ ହୋଇଥାଏ। ଆଜିକାଲିର ଯୁବପିଢି ପ୍ରେମ କରିବାକୁ ପଛାଉନଥିବା ବେଳେ ପ୍ରେମ ନିବେଦନ କରିବାକୁ ବେଶ ଡରନ୍ତି। କାଳେ ସେ ପ୍ରେମ କରୁଥିବା ସାଥିଟି ପ୍ରେମ ନିବେଦନ ଶୁଣିଲା ପରେ ତାଙ୍କ ଠାରୁଦୂରେଇ ଯିବ ସେମାନଙ୍କ ମନରେ ଏମିତି ଭୟ ମଧ୍ୟ ରହିଥାଏ। ପ୍ରେମ କରିବା ତ ବହୁତ ସହଜ କିନ୍ତୁ ପ୍ରେମ ନିବେଦନ କରିବା ବହୁତ କଷ୍ଟ ହୋଇପଡେ। ଆଉ ଏମିତି ସାଥୀଙ୍କୁ ପ୍ରପୋଜ କରିବା ପାଇଁ ଅନେକ ଅଭ୍ୟାସ ମଧ୍ୟ ପିଲାମାନେ କରିଥାନ୍ତି।

ସାଥୀକୁ ପ୍ରେମ ନିବେଦନ କରିବାର ଥିଲେ ଏଥିରେ ଆଉ ହେଳା କରନ୍ତୁ ନାହିଁ। ନଚେତ ଆପଣଙ୍କ ମନକଥା ମନରେ ରହିଯିବ ଆଉ ଆପଣ ସୁଯୋଗ ହାତଛଡା କରିଦେବେ। ପ୍ରେମ ନିବେଦନ କରିବାର କୌଣସି ଜଲଦି କରନ୍ତୁ ନାହିଁ। ନଚେତ ମନ କଥା ମନରେ ରହିଯିବ ଏବଂ ଆପଣଙ୍କ ସାଥି ଆଉ କାହା ହାତ ଧରି ଯାଇପାରନ୍ତି।  ତେଣୁ ଆଜିର ଦିନରେ ନିଜ ମନ ପସନ୍ଦର ସାଥୀକୁ ମନର କଥା କହିବାକୁ ଡେରି ନ କରି କହିଦିଅନ୍ତୁ। ପ୍ରପୋଜ ଡେରେ ପ୍ରପୋଜ କରିବାକୁ ସୁଯୋଗକୁ ହାତଛଡା କରନ୍ତୁ ନାହିଁ।

Spread the love