ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ବୃ୍ଦ୍ଧି କଲା ସୁଧହାର

ଓ୍ବାଶିଂଟନ  :  କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହା ବିଶ୍ୱର ସୁପର ପାୱାର ଆମେରିକା ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଛି। ଯୁକ୍ତରାଷ୍ଟ୍ରଆମେରିକାରେ ଗତ ବର୍ଷର ମୁଦ୍ରାସ୍ଫୀତି ରେକର୍ଡ ଭାଙ୍ଗିଛି ଏବଂ ଏହା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି।ଏଭଳି ପରିସ୍ଥିତିରେ ଦେଶର ମୁଦ୍ରାସ୍ଫୀତି ହାରକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ଏକ ବଡ ପଦକ୍ଷେପ ନେଇ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ୦.୭୫ ପ୍ରତିଶତ ବୃଦ୍ଧି କରିଛି। ଫଳରେ ଏହା ୩ ରୁ ୩.୨୫ ପ୍ରତିଶତ ମଧ୍ୟରେ ପହଞ୍ଚିଛି। ଏହି ସୂଚନା ବ୍ୟାଙ୍କର ଚେୟାରମ୍ୟାନ ଜେରୋମ ପାୱେଲ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଆମେରିକାର ଅର୍ଥନୀତିକୁ ଏକ ବଡ଼ ଝଟକା ଦେଇପାରେ।ଏହି ପ୍ରସଙ୍ଗରେ ସୂଚନା ଦେଇ ଜେରୋମ ପାୱେଲ କହିଛନ୍ତି ଯେ ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଫେଡେରାଲ ରିଜର୍ଭ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛି। ଏହା ସହିତ ଭବିଷ୍ୟତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି।

Spread the love