ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହିଳା ପାଇଲଟ୍‍

ମୁମ୍ବାଇ : ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇନ୍ଦାପୁର ସ୍ଥିିତ କଦବନବାଡି ଗାଁରେ ଆଜି ପୂବାହ୍ନ ୧୧ଟା ୩୦ରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଚାଷ ଜମିକୁ ଖସିପଡିଥିବା ଜଣାପଡିଛି। ସୌଭାଗ୍ୟବଶତଃ ଏହି ବିମାନରେ ଥିବା ଜଣେ ୨୨ ବର୍ଷିୟା ମହିଳା ପାଇଲଟ୍‍ ଆହତ ହେବା ସହ ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁ ଚାଷ ଜମିରେ ବିମାନଟି ଖସିପଡିଥିଲା ସେଠାରେ ଚାଷୀ ମାନେ କାମ କରୁଥିଲେ , ଘଟଣା ମାତ୍ରକେ ସେମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ ବୋଲି କହିଥିଲେ।

Spread the love