ମୃତ ବାଘକୁ ଅନ୍ତିମ ସତ୍କାର

ମୃତ ବାଘକୁ ବନବିଭାଗର ନିୟମ ପ୍ରକାରେ କରାଯାଇଛି ଅନ୍ତିମ ସତ୍କାର। ବନ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ୟବଛେଦ ପରେ ବାଘଟିକୁ ପୋଡି ଦିଆଯାଇଛି । ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ, ନଗୁଡୁ ଗାଁ ନିକଟ ଜଙ୍ଗଲରେ, ବାରହା ଫାସରେ ଏକ କଲରାପତରିଆ ବାଘ ଫସି ଯାଇଥିଲା । ପରେ ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାଘଟିକୁ ଜାଲ ଦ୍ବାରା ଉଦ୍ଧାର କରାଯାଇଥିଲା ଏବଂ ନିକଟସ୍ଥ କିରିଆମ୍ବା ଜଙ୍ଗଲରେ ଛାଡିବା ପାଇଁ ବନ ବିଭାଗ ପ୍ରସ୍ତୁତ ହେଉଥିଲା । କିନ୍ତୁ ଠିକ୍ ସେହି ସମୟରେ ବାଘଟିର ମୃତ୍ୟୁ ହୋଇଥିଲା ।ଏହାପରେ ମୃତ ବାଘଟିକୁ , ବୁଗୁଡ଼ା ବନାଞ୍ଚଳ ପରିସରରେ ରଖାଯାଇଥିଲା । ତେବେ ଆଜିପ୍ରାଣୀଧନ ଚିକିତ୍ସକଙ୍କ ଦ୍ବାରା ବ୍ୟବଛେଦ ପରେ , ବନ୍ୟପ୍ରାଣୀ ନିୟମ ପ୍ରକାରେ ବାଘଟିକୁ ପୋଡି ଦିଆଯାଇଥିଲା । ଅନ୍ଯପଟେ, ବାହାରେ ଦୀର୍ଘ ସମୟ ଧରି ଫାସରେ ଫସି ରହିବା ଏବଂ ଶ୍ବାସ ରୁଦ୍ଧ କାରଣରୁ ବାଘଟିର ମୃତ୍ୟୁ ହୋଇଥିବା , ବ୍ୟବଛେଦ କରିଥିବା ଚିକିତ୍ସକ ଓ ବନବିଭାଗ RCCF ପକ୍ଷରୁ ସୂଚନା ଦିଆଯାଇଛି ।

Spread the love