ଫ୍ୟାସନ ଆଣ୍ଡ ଲାଇଫ ଷ୍ଟାଇଲ ମେଳାର ଦ୍ୱିତୀୟ ସନ୍ଧ୍ୟା : ଯୋଗଦେଲେ ବଲିଉଡ୍ ଅଭିନେତା ଜାୟଦ ଖାନ

ଫ୍ୟାସନ ଓ ଲାଇଫ ଷ୍ଟାଇଲ ମେଳାର ଦ୍ୱିତୀୟ ସଂଧ୍ୟାରେ ଯୋଗଦେଲେ ବଲିଉଡ୍ ଅଭିନେତା ଜାୟଦ ଖାନ । ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ କମର୍ସ୍ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ପଟିଆ ସ୍ଥିତ ପାଲଟ୍ରୋନିକ୍ସ ଗ୍ରାଉଣ୍ଡ ଠାରେ ରବିବାର ଠାରୁ ଏହି ଫ୍ୟାସନ ଓ ଲାଇଫ ଷ୍ଟାଇଲ ମେଳା ଆରମ୍ଭ ହୋଇଛି ।

ବଲିଉଡ୍ ଅଭିନେତା ଜାୟଦ ଖାନ ଯୋଗଦେଇ ମହିଳା ଉଦ୍ୟୋଗୀ ପରିଷଦର କୋର ମେମ୍ବର ପ୍ରୀତି ପଲ୍ଲଭୀ ପଟ୍ଟନାୟକ ଓ ସୋଫିଆ ଫିରଦୋସଙ୍କ ସହ ନିଜର ଅନୁଭୂତି ଓ ଅଭିଜ୍ଞତା ବିଷୟରେ ଅଲୋଚନା କରିଥିଲେ । ଏଅବସରରେ ଜାୟଦଙ୍କୁ ପରିଷଦର ଆବାହିକା ସୁକୀର୍ତୀ ପଟ୍ଟନାୟକ ଓ ସହ-ଆବାହିକା ତନୟା ପଟ୍ଟନାୟକ ସମ୍ମାନିତ କରିଥିଲେ । ଏଥିରେ ୯ଟି ପ୍ରତିଷ୍ଠିତ ଇଣ୍ଟର କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଡ୍ୟାନ୍ସ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା ।

ବିଜେତାମାନଙ୍କୁ ପ୍ରଥମ ପୁରସ୍କାର ୫୦ ହଜାର, ଦ୍ୱିତୀୟ ପୁରସ୍କାର ଭାବେ ୨୫ ହଜାର ଓ ତୃତୀୟ ବିଜେତାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଇଭେଣ୍ଟ ଟାଇଟେଲ ପ୍ରାୟୋଜକ ଇଭୋସ୍ ବିଜେତା ଦଳମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ମେଳାର ଦ୍ୱିତୀୟ ଦିବସରେ ଫ୍ୟାସନ ସୋ’ର ଉତ୍ସାହ ଦେଖିବାକୁ ମିଳିଥିଲା । ବୟନିକା ତରଫରୁ ହସ୍ତତନ୍ତ ପ୍ରଦର୍ଶିତ କରାଯାଇଥିଲା । ଜାତୀୟ ଓ ଅନ୍ତର୍ଜାତୀୟ ମଡେଲମାନେ ଏହି ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ ।

Spread the love