ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହାତାହାତି ହେଲେ ଦୁଇ ସେବାୟତ

ଟଙ୍କା ପାଇଁ ଦୁଇ ସେବାୟତ ଟଣାଓଟରା । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ କିଛି ଭକ୍ତଙ୍କୁ ନେଇ ଏହି ସେବାୟତ ଜଣଙ୍କ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ଦର୍ଶନ ସାରି ଫେରିବା ପରେ ଭକ୍ତମାନେ ଏହି ସେବାୟତଙ୍କୁ ଦକ୍ଷିଣା ସ୍ବରୂପ କିଛି ଅର୍ଥ ଦାନ କରିଥିଲେ । ତେବେ ଏହି ଅର୍ଥରେ ସମାନ ଭାଗ ନଛିଡିବାରୁ ଉଭୟଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏହା ସହିତ ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା । ଏଭଳି ଦୃଶ୍ୟ ଦେଖି ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ପରେ ସ୍ଥାନୀୟ କିଛି ଯୁବକ ଯାଇ ଝଗଡାର ସମାଧାନ କରିଥିଲେ । ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Spread the love